ସମାଜ ଡିଜିଟାଲ ଡେସ୍କ: ଓଡ଼ିଶାରୁ ବିହାର ଚାଲାଣ ବେଳେ ଜବତ ହୋଇଛି ୩ କୋଟି ଟଙ୍କାର ଗଞ୍ଜେଇ। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ସିମଡେଗା ଜିଲା ଅନ୍ତର୍ଗତ କଲେବୀରାରୁ ଏହି ଗଞ୍ଜେଇ ଜବତ କରିଛି ଏନସିବି ଏବଂ ସିମଡେଗା ପୁଲିସ। ଏହି ଗଞ୍ଜେଇକୁ ଏକ ଟ୍ରକ ଜରିଆରେ ଓଡ଼ିଶାରୁ ବିହାର ଚାଲାଣ କରାଯାଉଥିଲା। ଟ୍ରକର ଗୁପ୍ତ ଚାମ୍ବରରେ ଲୁଚାଇ ଗଞ୍ଜେଇ ନିଆଯାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ଏନସିବି ଏବଂ ସିମଡେଗା ପୁଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ଟ୍ରକକୁ ଯାଞ୍ଚ କରାଯାଇଥିଲା। ସେଣୁ ୮୫ଟି ପ୍ୟାକେଟରେ ଭର୍ତ୍ତି ଥିବା ଗଞ୍ଜେଇ ମିଳିଥିଲା। ଯାହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି କୁହାଯାଇଛି।

