www.samajalive.in
Saturday, December 6, 2025
26.1 C
Bhubaneswar

ଶୀତ ପୁଣି ଲେଉଟିବ ; ୫ଦିନ କୁହୁଡ଼ି

ଭୁବନେଶ୍ବର : ରାଜ୍ୟର ଉତ୍ତର ଓଡ଼ିଶାରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପାମତ୍ରା ସବୁଠୁ କମ ବାରିପଦାରେ ୧୨.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ବାଲେଶ୍ବର, କେନ୍ଦୁଝର, ଚାନ୍ଦବାଲି, କଟକ, ସୁନ୍ଦରଗଡ, ଝାରସୁଗୁଡା, ଫୁଲବାଣୀ ଏବଂ ଅନୁଗୋଳରେ ୧୩ରୁ ୧୫ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିଛି। ଅନ୍ୟାନ୍ୟ ସ୍ଥାନରେ ୧୬ ଡିଗ୍ରୀ ଉପରେ ପାରଦ ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୫ଦିନ କୁହୁଡି ଦୃଶ୍ୟମାନ ହେବ। ଶୁକ୍ରବାର ସକାଳେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୋଳ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡି ଅନୁଭୂତ ହେବ। ପରବର୍ତ୍ତୀ ତିନିଦିନ ବିଭିନ୍ନ ଜିଲାରେ ଘନ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ଆସନ୍ତା ୨ରୁ ୩ଦିନ ପର୍ୟ୍ୟନ୍ତ ରାତ୍ରିର ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪ ଡିଗ୍ରୀ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡିକରେ ୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବ। ଏହି ସମୟରେ ଶୀତ ପ୍ରକୋପ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଗୁରୁଚାପ ବଳୟର ସ୍ଥିତିରେ ପରିବର୍ତ୍ତନ ଯୋଗୁଁ ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ଶୀତ ବଢିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିବ। ଶୁକ୍ରବାରଠାରୁ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଦିନ ଓ ରାତ୍ରିର ତାପମାତ୍ରା କମିବ। ତିନିଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ କମିବ। ପାଣିପାଗ ବିଶେଷଜ୍ଞ ଶରତ କର ଆକଳନ କରିଛନ୍ତି ଯେ ଆସନ୍ତାକାଲି ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଛାଡିଯିବା ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ କମିବ। ତେବେ ଅଧିକ ଶୀତ ଅନୁଭୂତ ହେବ ନାହିଁ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories