www.samajalive.in
Friday, December 12, 2025
27.1 C
Bhubaneswar

ବ୍ଲକ ସ୍ତରୀୟ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ବାଙ୍କୀ : ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବାଙ୍କୀ ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ଶୁକ୍ରବାର ଦିନ ବ୍ଲକ ସ୍ତରୀୟ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ପଞ୍ଚାୟତର ସରପଞ୍ଚ ତଥା ଜନପ୍ରତିନିଧି ମାନେ ଯୋଗଦେଇ ପଞ୍ଚାୟତ ସ୍ତରରେ ଅଙ୍ଗନବାଡି କର୍ମୀ,ଆଶା କର୍ମୀ,ଯୁବକ ସଂଘ ଓ ଗାଁ କଲ୍ୟାଣ ସମିତିର ସହଯୋଗରେ କିଭଳି ପରିବେଶକୁ ପରିସ୍କାର ପରିଚ୍ଛନ୍ନ, ଆଦ୍ର ଓ ସନ୍ତ ସନ୍ତିଆ ସ୍ଥାନକୁ ସଫାସୁତୁରା କରାଯାଇ ସପ୍ତାହକୁ ଗୋଟିଏ ଦିନ ଶୁଖିଲା ଓ ପରିସ୍କାର ରଖିବା ସହିତ ଘର ଚତୁଃପାଶ୍ୱର୍ରୁ ଅଳିଆ ଆବର୍ଜନା ସଫା ରଖିବା ପାଇଁ ଜନସଚେତନତା ସୃଷ୍ଟି କରାଯିବା ସମ୍ପର୍କରେ ଆଲୋଚନା କରାଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଅମରେଶ ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଡିଓ ଯୋଗେଶ୍ୱର ନାୟକ, ସିଡିପିଓ ରୁପାଲି ମିତ୍ର, ଅତିରିକ୍ତ ତହସିଲଦାର ସୋନା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରୋଜେକ୍ଟର ମାଧ୍ୟମରେ ଅଧିକ୍ଷକ ଡେଙ୍ଗୁ ରୋଗର କାରଣ, ନିରାକରଣ ଓ ପ୍ରତିଶେଧକ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରି ପରିବେଶ ପରିସ୍କାର ପରିଚ୍ଛନ୍ନତା ଏବଂ ସନ୍ତସନ୍ତିଆ ସ୍ଥାନକୁ ଶୁଷ୍କ କରିବାର ବ୍ୟବସ୍ଥା ଗ୍ରହଣ କଲେ ମଶା ବଂଶ ଲୋପ ପାଇବ ଏବଂ ବିଶେଷ କରି ସକାଳ ଓ ସନ୍ଧ୍ୟାରେ ଡେଙ୍ଗୁ ମଶା କାମୁଡା ଦାଉରୁ ରକ୍ଷା ପାଇବା ପାଇଁ ସଚେତନ ହେଲେ ଡେଙ୍ଗୁ ରୋଗ ସହଜନରେ ବ୍ୟାପିବ ନାହିଁ ବୋଲି କହିଥିଲେ । ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ସାହୁ, ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ସଂଗୀତା ଦାସ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମାନଭଞ୍ଜନ ଦଳାଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories