www.samajalive.in
Monday, December 8, 2025
24.1 C
Bhubaneswar

ପୁଣି ଜମାକାରୀ ବାହାରିଲେଣି ରାଜରାସ୍ତାକୁ, ସବୁଠୁଁ ବଡ଼ ଠକ ସାହାରା କ୍ଷତିଗ୍ରସ୍ତ ଜମାକାରୀ ଘେରିଲେ ବିଧାନସଭା

ଭୁବନେଶ୍ୱର: ଆଜି ସହସ୍ରାଧିକ ସାହାରା କ୍ଷତିଗ୍ରସ୍ତ ଜମାକାରୀ ବିଧାନସଭା ଘେରାଉ କରିଥିଲେ । ବିଭିନ୍ନ ଲୋଭନୀୟ ସ୍କିମ୍ ଦେଖାଇ ଜମାକାରୀଙ୍କୁ ପ୍ରଲୋଭିତ କରି ସାହାରା କମ୍ପାନୀ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୦ଲକ୍ଷରୁ ଅଧିକ ଜମାକାରୀଙ୍କ ଠାରୁ ୨ ହଜାର କୋଟିରୁ ଅଧିକ ଟଙ୍କା ଜମା ନେଇ ସ୍କିମ୍ ଅନୁସାରେ ମାଚୁରିଟି ଅବଧି ଶେଷ ହୋଇଥିଲେ ବି ମାଚୁରିଟି ଟଙ୍କା ଫେରସ୍ତ ନ ଦେଇ ନୂଆ ସ୍କିମ୍ର ନୂତନ ଜମାର ରସିଦ୍ ଓ ବଣ୍ଡ ଧରେଇ ଦେଉଛନ୍ତି । ବିଭିନ୍ନ ଜିଲ୍ଲାର ଜମାକାରୀ ଜିଲ୍ଲାପାଳ ଓ ଏସ୍.ପି.ଙ୍କୁ ଗୁହାରି କଲେ ସେମାନେ ସ୍ଥାନୀୟ ସାହାରା କାର୍ଯ୍ୟାଳୟ ମ୍ୟାନେଜରଙ୍କୁ ଡକାଇ ଟଙ୍କା ଫେରସ୍ତର ମୌଖିକ ପ୍ରତିଶ୍ରୁତି ପରେ ଜମାକାରୀଙ୍କୁ ଖାଲି ହାତରେ ଫେରାଇ ଦେଉଛନ୍ତି । ସାହାରା କମ୍ପାନୀର ଠକାମୀ ବିରୁଦ୍ଧରେ ଜମାକାରୀମାନେ ଥାନାରେ ଏତଲା ଦେଲେ ଥାନା ଅଧିକାରୀମାନେ ଏତଲା ପଞ୍ଜିକରଣ କରୁନାହାଁନ୍ତି ।ଏହି ପୃଷ୍ଠଭୂମିରେ ତିନିଦଫା ଦାବି ନେଇ ସାହାରା କ୍ଷତିଗ୍ରସ୍ତ ଜମାକାରୀମାନେ ଆଜି ଓଡ଼ିଶା ବିଧାନସଭା ଘେରାଉ କରିଥିଲେ । ଏହି ଘେରାଉ କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀଙ୍କୁ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତମଞ୍ଚର ଉପଦେଷ୍ଟା ରବି ଦାସ, ସଭାପତି ଜୟନ୍ତ ଦାସ, ସମ୍ପାଦକ ମଧୁସୂଦନ ବିଶ୍ୱାଳ, ଅନୁରାଧା ସୁବୁଦ୍ଧି, ସାହାରା କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚର ସଭାପତି ବିଜୟ କୁମାର ପାଢୀ, ସମ୍ପାଦକ ସଞ୍ଜିବ ପଣ୍ଡା, ଅଖିଳ ଭାରତ ଛାତ୍ରସଂଘର ରାଜ୍ୟ ସଭାପତି ସଙ୍ଘମିତ୍ରା ଜେନା, ଶିକ୍ଷକ ଆଶାୟୀ ସଂଘର ସତ୍ୟରଂଜନ ଦିଆନ୍, ସନ୍ତୋଷ ବରାଳ, ସୁବ୍ରତ ପଣ୍ଡା, ରାଷ୍ଟ୍ରୀୟ ଯୁବ ମଞ୍ଚର ସଂଯୋଜକ ମାନସ ପଟ୍ଟନାୟକ, ସାହାରା କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚର ସୁନୀଲ ଦାସ, ଦୀପକ ମହାନ୍ତି, ଅମରେଶ ତ୍ରିପାଠୀ, ଲକ୍ଷ୍ମୀଧର ମହାନ୍ତି, ଜଗନ୍ନାଥ ପାଣିଗ୍ରାହୀ, ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, ଶୈଳବାଳା ପଣ୍ଡା, ବିନତୀ କୁମାରୀ ସାହୁ, ସାବିତ୍ରୀ ନନ୍ଦ ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।

 

- Advertisement -

ଦାବି ଗୁଡ଼ିକ ମଧ୍ୟରେ – ସାହାରା କମ୍ପାନୀ ବିଭିନ୍ନ ସ୍କିମ୍ ଭିତ୍ତିରେ ନେଇଥିବା ଜମାରାଶି ପରିପକ୍ୱତା ପରେ ମଧ୍ୟ ଫେରସ୍ତ ଦେଇ ନଥିବାରୁ ଯାହାର ଜମା ଯେବେ ପରିପକ୍ୱ ହୋଇଅଛି, ସେହି ଦିନଠାରୁ ଏପର୍ଯ୍ୟନ୍ତ ସୁଧ ହାରରେ ଫେରସ୍ତ କରାଯାଉ । ସମଗ୍ର ଓଡ଼ିଶାରେ ସାହାରା ଚଳାଇଥିବା ଠକାମୀର ବିଧିବଦ୍ଧ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉ । ସାହାରା ସଂସ୍ଥା ବିଭିନ୍ନ ମଲ୍ଟି ଷ୍ଟେଟ୍ କୋ-ଅପରେଟିଭ୍ ଜରିଆରେ ଏଠାରେ ଚଳାଇଥିବା ଅନଧିକୃତ ଜମାରାଶି ସଂଗ୍ରହ ସମ୍ପର୍କରେ, ରାଜ୍ୟ ସମବାୟ ବିଭାଗରୁ ଆବଶ୍ୟକୀୟ ଅନୁମତି ନେଇ ନଥିବାରୁ ଏହାର ସ୍ୱତନ୍ତ୍ର ତଦନ୍ତ କରାଯାଇ ଆବଶ୍ୟକୀୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଇତ୍ୟାଦି ଦାବି ସହ ସାହାରା ଜମା ସଂଗ୍ରହ ଠକେଇ ଘଟଣାର ବିଧିବଦ୍ଧ ତଦନ୍ତ ସହ ୨୦ଲକ୍ଷ କ୍ଷତିଗ୍ରସ୍ତ ଜମକାରୀଙ୍କଠାରୁ ନେଇଥିବା ୨ ହଜାର କୋଟି ଟଙ୍କାର ମୂଳ ଜମା ଉପରେ ମାଚ୍ୟୁରିଟି ଓ ସୁଧ ସହ ଆଗାମୀ ୧୫ ଦିନ ମଧ୍ୟରେ ଟଙ୍କା ଫେରସ୍ତ ଦେବା, ମାଚ୍ୟୁରିଟି ଟଙ୍କା ଫେରସ୍ତ ଦେବା ପର୍ଯ୍ୟନ୍ତ ଜମା ସଂଗ୍ରହ ବନ୍ଦ ରଖିବା, ସାହାରା ଅଫିସ୍ ସିଲ୍ କରିବା ପରିବର୍ତ୍ତେ ସରକାରୀ ତତ୍ତ୍ୱାବଧାନରେ ଟଙ୍କା ଫେରସ୍ତ ଇତ୍ୟାଦି ଦାବି ମିଳିତମଞ୍ଚ ସମ୍ପାଦକ ମଧୁସୂଦନ ବିଶ୍ୱାଳଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଯୁଗ୍ମସଚିବ ବିରଞ୍ଚି ନାରାୟଣ ଦାସବର୍ମାଙ୍କଠାରେ ଓ ମିଳିତମଞ୍ଚ ସଭାପତି ଜୟନ୍ତ ଦାସଙ୍କ ନେତୃତ୍ୱରେ ବିଜୟ କୁମାର ପାଢୀ, ସଂଜୀବ କୁମାର ପଣ୍ଡା ଓ ସୁନୀଲ୍ କୁମାର ଦାସ ପ୍ରମୁଖ ଏକ ପ୍ରତିନିଧି ଦଳରେ ଯାଇ ଓଡ଼ିଶାର ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀଙ୍କଠାରେ ଦାବିପତ୍ର ଉପସ୍ଥାପନ କରି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ମନ୍ତ୍ରୀ ଦାବିପତ୍ର ଗ୍ରହଣ କରି ଆଗାମୀ ୧୫ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି କାର୍ଯ୍ୟକାରୀ ନ ହେଲେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତମଞ୍ଚ ଓ ସାହାରା କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚ ମିଳିତଭାବରେ ସେପ୍ଟେମ୍ବର ଶେଷ ସପ୍ତାହରେ ରାଜ୍ୟସ୍ତରୀୟ ଜମାକାରୀ ମହାସମାବେଶ ଓ ରାଜ୍ୟବ୍ୟାପୀ ବ୍ୟାପକ ଜମାକାରୀ ଆନ୍ଦୋଳନ କରିବାର ଚେତାବନି ଦେଇଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories