www.samajalive.in
Saturday, December 6, 2025
26.1 C
Bhubaneswar

ଜଳଯୋଗାଣ ପ୍ରକଳ୍ପ ଦାବିରେ ମହିଳାଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

କଣିହାଁ : କଣିହାଁ ବ୍ଲକ କକୁଡ଼ିଆ ପଂଚାୟତ ସାନକକୁଡ଼ିଆ ଗ୍ରାମର ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ସହ ଗ୍ରାମର ନଳକୂପ ମରାମତି କରିବା ଦାବିରେ ଗ୍ରାମର ମା’ କାଳୀ ମହିଳା ସଂଘର ସଦସ୍ୟାମାନେ କଣିହାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମଙ୍ଗଳବାର ଦିନ ପ୍ରାୟ ୧୨ଘଟିକା ସମୟରେ ମହିଳା ସଂଘର ସଭାନେତ୍ରୀ ମାମି ସାମଲଙ୍କ ନେତୃତ୍ୱରେ ପ୍ରାୟ୩୦/୪୦ ଜଣ ମହିଳା କଣିହାଁ ବ୍ଲକ କାର୍ୟ୍ୟାଳୟ ପରିସରରେ ବସି ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମହିଳାଙ୍କ ଦବିଥିଲାଯେ ପ୍ରାୟ ଦେଢ଼ ବର୍ଷ ହେବ ଗ୍ରାମରେ ଏକ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି । ସମସ୍ତ କାମ ସରିଛି ମାତ୍ର ତାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ । ଫଳରେ ଆମେ ପାଣି ପାଇଁ ହନ୍ତସନ୍ତ ହେଉଛୁ କ୍ଷ ଏତଦବ୍ୟତୀତ ଗ୍ରାମରେ ଥିବା ୪ଟି ଯାକ ନଳକୂପ ଅଚଳ ହୋଇ ପଡିଛି । ସଜାଡ଼ିବା ପାଇଁ ସରପଞ୍ଚ ତଥା ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି । ମହିଳାମାନେ ବ୍ଲକ ସମ୍ମୁଖରେ ବସି ରହିବା ଫଳରେ ଘଟଣାସ୍ଥଳରେ ବିଡ଼ିଓଙ୍କ ଅନୁପସ୍ଥିତିରେ ଏବିଡ଼ିଓ ବିଜୟ କୁମାର ମେହେର ଆସି ଆନ୍ଦୋଳନକାରୀଙ୍କ ସହ କଥାବାର୍ତା ହୋଇଥିଲେ । ମହିଳାମାନେ ଏବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଜଳଯୋଗାଣ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ହୋଇନାହିଁ । ଏକ ମାସ ମଧ୍ୟରେ ବାକି ଥିବା କାମ ସାରି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଓ ନଳକୂପ ସଜାଡ଼ିବା ପାଇଁ ଏବିଡ଼ିଓ ଲିଖିତ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଉଠିଥିଲେ । ଦାବି ପୂରଣ ନହେଲେ ଜିଲାପାଳଙ୍କୁ ଅଭିଯୋଗ କରିବୁ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ସୁନିଲ କୁମାର ସାମଲଙ୍କ ତତ୍ୱାବଧାନରେ ଗ୍ରାମର ସରୋଜିନୀ ନାୟକ, କମଳା ନାୟକ, ପୂଜାରାଣୀ ଗଡତିଆ, ପଂଚାଳି ନାୟକ, ସୀତା ସାମଲ, ସୁପ୍ରିୟା ମହାନ୍ତି, କାଞ୍ଚନ ସାମଲ, ବିନତି ସାହୁ, ରାଲି ବେହେରା, ଅଞ୍ଜଳି ସାହୁ ପ୍ରମୁଖ ପ୍ରାୟ ୪୦ଜଣ ମହିଳା ସାମିଲ ଥିଲେ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories