ଡ୍ରେନ୍ କାର୍ଯ୍ୟ ଶେଷ କରିବାକୁ ଦାବି

ଚୌଦ୍ୱାର  : ଚୌଦ୍ୱାର ପୌରପାଳିକା ୧୩ ନମ୍ବର ୱାର୍ଡ଼ ପାଇକରାପୁରରେ ଅଧାପନ୍ତରିଆ ଭାବେ ପଡ଼ି ରହିଥିବା ଡ୍ରେନ୍ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଦାବି ହୋଇଛି । ବିଜେପି ଚୌଦ୍ୱାର ମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ବେହେରା, ଜିଲା ଉପ ସଭାପତି ପ୍ରଶାନ୍ତ କୁମାର ହୋତା, ସମ୍ପାଦକ ବୈରାଗୀ ଚରଣ ପ୍ରଧାନ, ସ୍ଥାନୀୟ କାଉନସିଲର ସୁଜାତା ସାହୁ, ପ୍ରକାଶ ଚନ୍ଦ୍ର ବଡ଼ଜେନା ପ୍ରମୁଖ ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରାଙ୍କୁ ଏସମ୍ପର୍କିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ, ଟେଣ୍ଡର ହାତେଇଥିବା ଠିକାଦାର ଉକ୍ତ ୱାର୍ଡ଼ରେ ଡ୍ରେନ୍ ଖୋଳିଦେଇ ଆଜକୁ ୫ମାସ ହେଲା ଖୋଲାମେଲା କରି ପକାଇ ଚାଲି ଯାଇଛନ୍ତି । ଫଳରେ ଜଳ ନିଷ୍କାସନ ହୋଇ ନପାରି ରାସ୍ତାରେ ମାଡ଼ିବା ଯୋଗୁ ଲୋକେ ନାନା ପ୍ରକାର ଯାତନା ଭୋଗ କରୁଛନ୍ତି। ସ୍ଥାନୀୟ କାଉନସିଲର ବିଜେପି ଦଳର ହୋଇଥିବାରୁ ତାଙ୍କ ଅଭିଯୋଗ ଶୁଣା ଯାଉନଥିବା ଏବଂ ଏହି ୱାର୍ଡ଼ ପାଇଁ ପାତରଅନ୍ତର ନୀତି ଅବଲମ୍ବନ କରାଯାଉଥିବା ପ୍ରତିନିଧି ମାନେ ଅଭିଯୋଗ କରିଥିଲେ। ତୁରନ୍ତ ଡ୍ରେନ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦଳ ତରଫରୁ ଦାବି କରାଯାଇଛି ।

kalyan agarbati

Comments are closed.