www.samajalive.in
Monday, December 8, 2025
13.1 C
Bhubaneswar

ଉତ୍କଳମଣିଙ୍କୁ ଭାରତ ରତ୍ନ ଦାବିରେ ପଦଯାତ୍ରା

ସାକ୍ଷୀଗୋପାଳ :  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଭାରତରତ୍ନ ଦାବିରେ ‘ଆପଣଙ୍କ ସେବାରେ’ ଅନୁଷ୍ଠାନ ତରଫରୁ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ସେବା କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ ଏବଂ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ କରି ଗଠନ କରିବାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଅବଦାନ ଅତୁଳନୀୟ। ସେ ଖାଲି ଓଡିଶାର ମଣି ନୁହଁନ୍ତି ସେ ଭାରତର ମଣି । ସଭିଙ୍କ ପ୍ରିୟ ସେହି ଦାସେ ଆପଣଙ୍କ ସେବା ପାଇଁ ଯେଉଁ  ଅବଦାନ ରହିଛି ତାଙ୍କୁ  ଯଥେଷ୍ଟ ସମ୍ମାନ ମିଳିନାହିଁ । ଏହି ପ୍ରସଙ୍ଗକୁ ଆଧାର କରି ଶନିବାର ପବିତ୍ର ଉତ୍କଳ ଦିବସ ଅବସରରେ ଆପଣଙ୍କ ସେବାରେ ଅନୁଷ୍ଠାନ ତରଫରୁ ଶ୍ରୀକ୍ଷେତ୍ର ଠାରୁ ସୁଆଣ୍ଡୋ ଗ୍ରାମ ପର୍ଯ୍ୟନ୍ତ ଏକ ପଦଯାତ୍ରା କରାଯାଇଥିଲା। ଏହି ପଦଯାତ୍ରାର ମୂଳ ମନ୍ତ୍ର ଥିଲା ଗୋପବନ୍ଧୁଙ୍କୁ ମାରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଉ । ଏହି ଦାବି ନେଇ ଆଜିଠାରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଅନୁଷ୍ଠାନ ତରଫରୁ ଏକବର୍ଷ ପର୍ଯ୍ୟନ୍ତ ସାରା ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ଦାବି  ଉପସ୍ଥାପନ କରାଯିବ। ଯାହା ଉତ୍କଳମଣିଙ୍କ ପ୍ରତି ହେବ ଶ୍ରେଷ୍ଠ ସମ୍ମାନ।
ଏହି ଅବସରରେ ସୁଆଣ୍ଡୋ ସେତୁ ସଂଗଠନର ସଭାପତି ଗୋବିନ୍ଦ ମହାପାତ୍ର, ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର, ଅନୁଷ୍ଠାନର ରାଜ୍ୟ ଅଧକ୍ଷ ଜିତେନ୍ଦ୍ର ମହାପାତ୍ର, ଉପସଭାପତି ବିଜୟ କୃଷ୍ଣ ବ୍ରହ୍ମ, ଉପଦେଷ୍ଟା ମନୋଜ କୁମାର ରଥ, ମହାସଚିବ ଚିତ୍ତରଂଜନ ବିଶ୍ବାଳ, ମିରାରାଣୀ ପଟ୍ଟନାୟକ, ରାଧେଶ୍ୟାମ ରଥ, ବିରଞ୍ଚି ନାରାୟଣ ମିଶ୍ର, ବେବୀ ପ୍ରସାଦ ବ୍ରହ୍ମା, ଜୟନ୍ତି ମହାପାତ୍ର, ହରେକୃଷ୍ଣ ଖୁଣ୍ଟିଆ ଓ ଅନ୍ୟ ସଭ୍ୟମାନେ ଉପସ୍ଥିତ ରହି ପଦଯାତ୍ରାକୁ ସଫଳ କରିଥି କରିଥିଲେ। ଆଗାମୀ ଦିନରେ ଏହି ଅଭିଯାନକୁ ସରା ରାଜ୍ୟରେ ଆହୁରି ବ୍ୟାପକ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories