www.samajalive.in
Saturday, December 6, 2025
26.1 C
Bhubaneswar

୮୮ତମ ରାଜ୍ୟ ପୁଲିସ ପ୍ରତିଷ୍ଠା ଦିବସ ପାଳିତ

କଟକ : ଓଡିଶା ପୁଲିସର ରାଜ୍ୟସ୍ତରୀୟ ୮୮ ତମ ପୁଲିସ ପ୍ରତିଷ୍ଠା ଦିବସ ଶନିବାର ପୂର୍ବାହ୍ନରେ ଷଷ୍ଠ ବାଟାଲିୟନ, କଟକଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ପୁଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସଫଳ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଡିଜିପି ପ୍ରଥମେ ସହିଦ ପୁଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କୁ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିଥିଲେ।

- Advertisement -

ଜନସାଧାରଣଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଦେବାକୁ ଏବଂ ଉଚ୍ଚକୋଟିର କର୍ତ୍ତବ୍ୟନିଷ୍ଠା, ସାଧୁତା ତଥା ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ କରିବାକୁ ଡିଜିପି ସମସ୍ତ ପୁଲିସ କର୍ମଚାରୀ/ ଅଧିକାରୀଙ୍କୁ ଆହ୍ଵାନ ଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ଏବଂ ବଳିଷ୍ଠ ନେତୃତ୍ୱ ଯୋଗୁଁ ପୁଲିସ ବିଭାଗର ସାମଗ୍ରିକ ବିକାଶ ହୋଇଛି ବୋଲି ଡିଜିପି ମତବ୍ୟକ୍ତ କରିବା ସହ ନୂତନ ଥାନା, ଫାଣ୍ଡି ଏବଂ ପଦ ପଦବୀ ସୃଷ୍ଟି କରାଯାଇ ପୁଲିସର ମନୋବଳ ବୃଦ୍ଧି କରାଯାଇଛି ବୋଲି ନିଜ ଅଭିଭାଷଣରେ କହିଥିଲେ। ଏହା ସହ ପୁଲିସ ବିଭାଗରେ ଏସଆଇ, ଏଏସଆଇ ଏବଂ କନେଷ୍ଟବଳ  ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ବୋଲି ସେ କହିଥିଲେ। ଆଗାମୀ ଦିନରେ ଆଇନ ଶୃଙ୍ଖଳା ରକ୍ଷା, ଜଟିଳ ଅପରାଧ ଦମନ, ମାଓବାଦୀ ସମସ୍ୟାର ମୁକାବିଲା ସହ ସମସ୍ତଙ୍କ ସହଯୋଗରେ ଓଡିଶା ପୁଲିସକୁ ଏକ ନୂତନ ଶିଖରରେ ପହଁଚାଇବାକୁ ଆମ ସମସ୍ତଙ୍କ ଉଦ୍ୟମ ଜାରି ରହିବ ବୋଲି ଡିଜିପି ଶ୍ରୀ ବଂସଲ କହିଛନ୍ତି। ଏହା ସହ ପୁଲିସ ବିଭାଗର “ମୋ ସରକାର” ଏବଂ ୫-ଟି ଯୋଜନା ଭଲରେ କାର୍ଯ୍ୟକାରୀ ହେଉଛି ବୋଲି ଡିଜିପି ସୂଚନା ଦେଇଥିଲେ।

ବିଭିନ୍ନ ସମୟରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପ-ନିର୍ବାଚନ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଏବଂ ନିକଟରେ ସମାପ୍ତ ହୋଇଥିବା ହକି ବିଶ୍ଵକପ-୨୦୨୩ର ସୁପରିଚାଳନାରେ ପୁଲିସ ବାହିନୀ ଦାୟିତ୍ଵର ସହ କର୍ତ୍ତବ୍ୟ ସମ୍ପାଦନ କରିଥିବାରୁ ଡିଜିପି ଶ୍ରୀ ବଂସଲ ସମସ୍ତ ପୁଲିସ କର୍ମଚାରୀ/ ଅଧିକାରୀଙ୍କୁ ସାଧୁବାଦ ଜଣାଇଥିଲେ।
ପୁଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା ବାର୍ତ୍ତା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଶୃଙ୍ଖଳା) ଆର୍‌. କେ. ଶର୍ମା ପାଠ କରିଥିଲେ।


ଏହା ପରେ ମୁଖ୍ୟ ଅତିଥି ଉଲ୍ଲେଖନୀୟ ପୁଲିସ ସେବା ପାଇଁ ପୁଲିସ ଅଧିକାରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ଇନିସ୍‌ପେକ୍ଟର ସବ୍ୟସାଚ୍ଚି ମଲ୍ଲ, ଶ୍ରେଷ୍ଠ ଇନିସ୍‌ପେକ୍ଟର (ଅପରାଧ ଶାଖା) ବିଭୁ ରଞ୍ଜନ ସୁନ୍ଦରାୟ, ଶ୍ରେଷ୍ଠ ଇନିସ୍‌ପେକ୍ଟର ସ୍ପେଶାଲ ବ୍ରାଞ୍ଚ(ଏସଆଇଡବ୍ଲ୍ୟୁ) ସନ୍ତୋଷ କୁମାର ସାହୁ, ଶ୍ରେଷ୍ଠ ସବ-ଇନିସ୍‌ପେକ୍ଟର କମଳା କାନ୍ତ ଦାସ, ଶ୍ରେଷ୍ଠ ଟିମ୍ ଲିଡର ଏସଓଜିର ଏସଆଇ (ଆର୍ମଡ) ଗିରିଶ ଚନ୍ଦ୍ର ମାଝୀ, ଶ୍ରେଷ୍ଠ ଏଏସଆଇ ସୁଶାନ୍ତ କୁମାର ପଣ୍ଡା, ଶ୍ରେଷ୍ଠ ହାବିଲଦାର ଅତୁଲ କୁମାର ବିଶ୍ଵାଳ, ଶ୍ରେଷ୍ଠ ଓଆର କନେଷ୍ଟବଳ ସନ୍ତୋଷ କୁମାର ନାୟକ, ଶ୍ରେଷ୍ଠ ଏପିଆର କନେଷ୍ଟବଳ ନରେନ୍ଦ୍ର ରାଉତ, ଶ୍ରେଷ୍ଠ ଟ୍ରାଫିକ କନେଷ୍ଟବଳ ସୁଭ୍ରାଂଶୁ ଶେଖର ସାହୁ, ଶ୍ରେଷ୍ଠ ସୁବେଦାର ଇନିସ୍‌ପେକ୍ଟର (ଆର୍ମଡ) ଶ୍ରୀରାମ ପ୍ରଧାନ, ଶ୍ରେଷ୍ଠ ଡେପୁଟି ସୁବେଦାର ସାଗର ପ୍ରସାଦ ଯୋଶୀ, ଶ୍ରେଷ୍ଠ ଏଏସଆଇ (ଆର୍ମଡ) ପି. ଶ୍ୟାମ କୁମାର ବର୍ମା, ଶ୍ରେଷ୍ଠ ହାବିଲଦାର (ଆର୍ମଡ) ମନୋଜ କୁମାର ଜେନା, ଶ୍ରେଷ୍ଠ ସିପାହୀ ଭାବେ ରମେଶ କୁମାର ପ୍ରଧାନଙ୍କୁ ପୁରସ୍କୃତ କରଯାଇଥିଲା।
ସେହିପରି ପଞ୍ଚମ ଆଇଆର ବାଟାଲିୟନ, ବୌଦ୍ଧକୁ ଶ୍ରେଷ୍ଠ ବାଟାଲିୟନ ଭାବେ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ପରିବାର କଲ୍ୟାଣ କେନ୍ଦ୍ର ଭାବେ ଦ୍ୱିତୀୟ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ, ପରିବାର କଲ୍ୟାଣ କେନ୍ଦ୍ର , ଝାରସୁଗୁଡା (ପ୍ରଥମ), ଓଏସ୍ଏପି ଷଷ୍ଠ ବାଟାଲିୟନ, ପରିବାର କଲ୍ୟାଣ କେନ୍ଦ୍ର, କଟକ (ଦ୍ୱିତୀୟ), ତୁଳସୀପୁର ପରିବାର କଲ୍ୟାଣ କେନ୍ଦ୍ର, କଟକ (ତୃତୀୟ)ଙ୍କୁ ପୁରସ୍କୃତ କରାଯାଇଥିଲା। ଆଜିର ଆନୁଷ୍ଠାନିକ ପରେଡରେ ଏଓଓଜି, ଚନ୍ଦକା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଆଇଏସଏଫ ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରି ଡିଜିପି ଶ୍ରୀବଂସଲଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।

ଆଜିର ଏହି ଆନୁଷ୍ଠାନିକ ପ୍ୟାରେଡରେ SOG, OSAP, IRB,UPD Cuttack/ UPD Bhubaneswar-Cuttack, Rural (APR Women),UPD Cuttack/ UPD Bhubaneswar-Cuttack, Rural (APR Men)/ Traffic Constable, Commissionerate BBSR-Cuttack, ODRAF, OISF, OSAF ଓ Fire Serviceଙ୍କୁ ନେଇ ସର୍ବମୋଟ ଦଶଟି (୧୦) ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ। ପ୍ୟାରେଡର ମୁଖ୍ୟ କମାଣ୍ତର ଅମ୍ରିତପାଲ୍ ସିଂ,ଆଇ. ପି. ଏସ୍ (ଅଣ୍ଡର ଟ୍ରେନିଂ)ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଆରକ୍ଷୀ ମହା ନିର୍ଦ୍ଦେଶକ(ଆଇନ ଶୃଙ୍ଖଳା) ଆର୍‌. କେ. ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।

ଏହାପରେ ଭୁବନେଶ୍ୱରସ୍ଥିତ ପୁଲିସଭବନଠାରେ ଚଳିତ ବର୍ଷ ପାଇଁ ୧୦୦ ଜଣ ଏବଂ ୨୦୨୨ ମସିହା ନିମନ୍ତେ ୧୫ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ କରାଯାଇଥିଲା।

କନେଷ୍ଟବଳ ମଞ୍ଜିତ ବେହେରାଦଳାଇ, ଓ.ଏ.ପି.ଏଫ ଅର୍ଜୁନ ମଲ୍ଲିକ, ଓ.ଏ.ପି.ଏଫ ଦୀପ୍ତି ରଞ୍ଜନ କହଁର, କନେଷ୍ଟବଳ ପ୍ରିୟବ୍ରତ ବେହେରାଙ୍କୁ ସ୍ୱର୍ଗତଃ ଭ୍ରମରବର ସାହୁ ସ୍ମାରକୀ  ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି କନେଷ୍ଟବଳ ହୃଷିକେଶ ଶବର, କନେଷ୍ଟବଳ ଦିନେଶ କୁମାର ନାୟକଙ୍କୁ ସ୍ୱର୍ଗତଃ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୁଲିସ ଅଧିକାରୀ, ସେବା ନିବୃତ୍ତ ଅଧିକାରୀ ପୁଲିସ କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories