www.samajalive.in
Monday, December 8, 2025
24.1 C
Bhubaneswar

ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗ : ୧୪ରେ ମାନବ ଶୃଙ୍ଖଳ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବି ଦିନକୁ ଦିନ ଜୋର ଧରୁଥିବା ବେଳେ ରବିବାର ପୁଣି ସ୍ଥାନୀୟ ଭାଜପା କାର୍ଯ୍ୟାଳୟରେ ଦଳୀୟ ଜିଲା ପଦାଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜିଲା ସଭାପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସୁନ୍ଦରଗଡ଼ ଜିଲାର ସ୍ବାସ୍ଥ୍ୟ ସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡ଼ୁଥିବା ଏଥିରେ ସୁଧାର ଆଣିବା ପାଇଁ ଜିଲା ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଫଳ କିଛି ହେଉନଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି । ଏପରିପ୍ରେକ୍ଷୀରେ ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଅତ୍ୟନ୍ତ ଆବଶ୍ୟକ ବୋଲି ଉପସ୍ଥିତ ପଦାଧିକାରୀମାନେ ମତ ଦେଇ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ସର୍ବସମ୍ମତ୍ତି ନିଷ୍ପତ୍ତି ହୋଇଥିଲା । ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ହେଲେ ସୁନ୍ଦରଗଡ଼ କାହିଁକି ସମଗ୍ର ପଶ୍ଚିମାଞ୍ଚଳ ସମେତ ଦୁଇ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡର ଅଧିବାସୀମାନେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ପାଇପାରିବେ ବୋଲି ମତ ପ୍ରକାଶ ପାଇଥିଲା । ଏଥିପାଇଁ ରାଜ୍ୟ ସରକାର ଯତ୍ନବାନ ହେବା ଉଚିତ ବୋଲି ମତ ପ୍ରକାଶ ପାଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପାଇଁ ପଞ୍ଚାୟତସ୍ତରରୁ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଦସ୍ତଖତ ଅଭିଯାନ ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ ଅବସରରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗ ଉଠାଯିବ ବୋଲି ଜଣାପଡ଼ିଛି । ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ଜାତୀୟ ପରିଷଦ ସଭ୍ୟ ପ୍ରେମସାଗର ଓରାମ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଟକିଶୋର ମିଶ୍ର, ଅଜୟ ପଟେଲ, ନରସିଂହ ମିଞ୍ଜ, କୃଷକ ମୋର୍ଚ୍ଚାର ରାଜ୍ୟ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ସୁରେଶ ପଟେଲ ପ୍ରମୁଖ ମଞ୍ଚାସିନ ଥିବା ବେଳେ ଜିଲା ସାଧାରଣ ସଂପାଦକ ଯଶବନ୍ତ ନାଏକ ବୈଠକକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା ମୋର୍ଚ୍ଚା ସଂଯୋଚିକା ମୀନା ନାଏକ, ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ରୁପେଶ ପଟେଲ, ଏସସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜା କାକ, ବରିଷ୍ଠ ନେତା ଭେଷଜ ରଥ, ସୁରେନ୍ଦ୍ର ସ୍ବର୍ଣ୍ଣକାର, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶାନ୍ତି ସରାଫ, ଯୁବ ମୋର୍ଚ୍ଚା ସଭାପତି ଅମୀୟ ପଟ୍ଟନାୟକ, ଜିଲା ଉପସଭାପତି ଶ୍ରୀଧର ସ୍ୱାଇଁ, ଏସଟି ମୋର୍ଚ୍ଚା ଜିଲା ସଭାପତି କଳାକୃଷ୍ଣ ଓରାମ, ଏସସି ମୋର୍ଚ୍ଚା ସଭାପତି ସିମେଶ୍ୱର ଲରିଆ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଜୁନାସ ଲୁଗୁନ, କୃଷକ ମୋର୍ଚ୍ଚା ଜିଲା ସଭାପତି ରବି ଚନ୍ଦ୍ର ପଟେଲ, ମଣ୍ଡଳ ସଭାପତି ଅଶୋକ ସାହୁ, ଜିଲା ପରିଷଦ ସଭ୍ୟ ସରଧାକର ସାନୁଏନ, ଯୋଗେଶ୍ୱର ଭୋଇ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ । ଆସନ୍ତା ୧୪ ତାରିଖ ଦିନ ସଦର ବିଧାୟିକା କୁସୁମ ଟେଟେଙ୍କ ଆବାହକତ୍ବରେ ଏମ୍ସ ପ୍ରତିଷ୍ଠା ଦାବି ପାଇଁ ଏକ ମାନବ ଶୃଙ୍ଖଳ ଅନୁଷ୍ଠିତ ହେବ । ଏହି ମାନବ ଶୃଙ୍ଖଳ ଏନଟିପିସି ମେଡିକାଲ କଲେଜରୁ ସୁନ୍ଦରଗଡ଼ର ସମସ୍ତ ରାସ୍ତାକୁ ସଂଯୋଗ କରୁଥିବା ସ୍ଥାନ ମାନଙ୍କରେ ଅନୁଷ୍ଠିତ ହେବ ବୋଲି ବିଧାୟିକାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories