www.samajalive.in
Saturday, December 6, 2025
26.1 C
Bhubaneswar

ଦିଲ୍ଲୀରେ ପେଟ୍ରୋଲ୍‍ ପମ୍ପ ବନ୍ଦ ; ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଳୀ : ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରାୟ ୪୦୦ରୁ ଅଧିକ ପେଟ୍ରୋଲ୍‍ ପମ୍ପ ସୋମବାର ବନ୍ଦ ରହିଛି। ଫଳରେ ଯାତ୍ରୀ ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।  ପେଟ୍ରୋଲ୍‍ ଓ ଡିଜେଲ୍‍ ଉପରୁ ଦିଲ୍ଲୀ ସରକାର ଭାଟ୍‍ ହ୍ରାସ କରୁନଥିବା ଅଭିଯୋଗ କରି ଦିଲ୍ଲୀ ପେଟ୍ରୋଲ୍‍ ବିକ୍ରେତା ସଂଘର ପକ୍ଷରୁ ଏହି ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦିଲ୍ଲୀ ପରିବହନ ନିଗମର ବସ ଚଳାଚଳ ବନ୍ଦ ରହିଛି। ଅଟୋ ଏବଂ ଟ୍ୟାକ୍ସି ସଂଘ ମଧ୍ୟ ଆନ୍ଦେଳନରେ ସାମିଲ ହୋଇଥିବାରୁ ସଂମ୍ପୂର୍ଣ୍ଣ ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ତିନିଦିନ ଛୁଟି ପରେ ଲୋକ ଆଜି କେବଳ ମେଟ୍ରୋ ଭରସାରେ ହିଁ ଯାତାୟାତ କରୁଛନ୍ତି। ତେବେ ଏହା ପଛରେ ବିଜେପିର ଚାଲ୍‍ ରହିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‍ କହିଛନ୍ତି।

ଅନ୍ୟ ପକ୍ଷରେ ଦିଲ୍ଲୀ ପେଟ୍ରୋଲ୍‍ ବିକ୍ରେତା ସଂଘର ସଭାପତି ନିଶ୍ଚଲ୍‍ ସିଂଘାନିଆ କହିଛନ୍ତି ଯେ କେନ୍ଦ୍ର ସରକାର ପେଟ୍ରୋଲ୍‍ ଓ ଡିଜେଲ୍‍ ଉପରୁ ଉତ୍ପାଦ ଶୁଳ୍କ ୧.୫୦ ଟଙ୍କା ହ୍ରାସ କରିବା ପରେ ରାଜ୍ୟମାନେ ମଧ୍ୟ ଭାଟ୍‍ ହ୍ରାସ କରନ୍ତୁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ ଅନୁରୋଧ କରିଥିଲେ। ବିଜେପି ଶାସିତ ରାଜ୍ୟଗୁଡ଼ିକ ଭାଟ୍‍ ହ୍ରାସ କରିଥିଲେ ମଧ୍ୟ ଦିଲ୍ଲୀ ସରକାର ଭାଟ୍ ହ୍ରାସ କରିନାହାନ୍ତି। ଭାଟ ହ୍ରାସ ଯୋଗୁଁ ପଡ଼ୋଶୀ ଉତ୍ତରପ୍ରଦେଶ ଓ ହରିଆଣାରେ ଅପେକ୍ଷାକୃତ ଶସ୍ତାରେ ପେଟ୍ରୋଲ ମିଳୁଥିବାରୁ ଲୋକମାନେ ସେହି ସବୁ ରାଜ୍ୟରୁ ପେଟ୍ରୋଲ୍‍ ଓ ଡିଜେଲ୍‍ କିଣି ଆଣୁଛନ୍ତି। ଏହାଫଳରେ ଦିଲ୍ଳୀରେ ଅକ୍ଟୋବର୧୫ ତାରିଖ ସୁଦ୍ଧା ପେଟ୍ରୋଲ୍‍ ବିକ୍ରି ୨୦% ଓ ଡିଜେଲ୍‍ ବିକ୍ରି ୩୦% ହ୍ରାସ ପାଇଛି। ରାଜ୍ୟ ସକାର ଯଥାଶୀଘ୍ର ଭାଟ୍ ହ୍ରାସ ନ କଲେ ଡିଜେଲ୍‍ ଓ ପଟ୍ରୋଲ୍‍ ବିକ୍ରି ଆହୁରି ହ୍ରାସ ପାଇବ ବୋଲି ସଂଘ ଆଶଙ୍କା ପ୍ରକାଶ କରିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories