www.samajalive.in
Saturday, December 6, 2025
26.1 C
Bhubaneswar

ନନ୍‍ ବଳାତ୍କାର ମାମଳା: ବିଶପ ଫ୍ରେକୋଙ୍କ ବିରୋଧରେ ସାକ୍ଷ୍ୟ ପ୍ରଦାନ କରିଥିବା ଫାଦରଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କେରଳ ନନ୍‍ ବଳାତ୍କାର ମାମଲାରେ ଅଭିଯୁକ୍ତ ବିଶପ ଫ୍ରେକୋଙ୍କ ବିରୋଧରେ ସାକ୍ଷ୍ୟ ପ୍ରଦାନ କରିଥିବା ଫାଦର କୁରିୟାକୋସି କଟ୍ଟୁଥାରାଙ୍କ ମୃତଦେହ ସୋମବାର ସକାଳେ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ୬୦ବର୍ଷିୟ କୁରିୟାକୋସିଙ୍କୁ ସୋମବାର ସକାଳ ୬ଟା ବେଳେ ଜଳନ୍ଧରର ଭାଗେପୁର ଅଞ୍ଚଳରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା। ତାଙ୍କ ମୃତ୍ୟୁର କାରଣ ଅଦ୍ୟାବଧି ଜଣା ପଡ଼ି ନଥିବାବେଳେ କୁରିୟାକୋସିଙ୍କ ଭାଇ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।
କେରଳ ନନ୍‍ଙ୍କୁ ବଳାତ୍କାର ଘଟଣାରେ ବିଶପ୍‍ ଫ୍ରେକୋ ମୁଲକ୍କଲଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଫାଦର କୁରିୟାକୋସିଙ୍କ ବୟାନକୁ ଭିତ୍ତି କରି ମାମଲା ରୁଜୁ ହେବା ପରେ ଫ୍ରେକୋଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏହି ଘଟଣା ପ୍ରଚାରିତ ହେବା ପରଠାରୁ ଫାଦର କୁରିୟାକୋସିଙ୍କୁ ଅଜ୍ଞାତ ବ୍ୟକ୍ତିଙ୍କ ଧମକପୂର୍ଣ୍ଣ ଫୋନ୍‍ ଆସୁଥିଲା ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି।
ବିଶପ ଫ୍ରେକୋଙ୍କ ନାମରେ ୨୦୧୪ରୁ ୨୦୧୬ ମଧ୍ୟରେ କେରଳର ଜନୈକା ନନ୍‍ ବାରମ୍ବାର ବଳାତ୍କାର କରିଥିବା ଅଭିଯୋଗ କରିଥିଲେ। ଏହି ଘଟଣା ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ସେପ୍ଟେମ୍ବରରେ ବିଶପଙ୍କୁ ଗିରଫ କରାଯାଇ ଥିଲା। ଅବଶ୍ୟ କେରଳର ଉଚ୍ଚ ନ୍ୟାୟାଳୟ ପରବର୍ତ୍ତୀ ସମୟରେ ବିଶପଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହି ଘଟଣାରେ ଜଳନ୍ଧର ଏକ ଚର୍ଚ୍ଚ ଫ୍ରେକୋଙ୍କୁ ନିର୍ଦୋଶ ବୋଲି ଘୋଷଣା କରିଥିଲା। କେରଳର ମିଶନାରିଜ ଅଫ ଜୀସସ ନାମକ ଚର୍ଚ୍ଚ ବିଶପଙ୍କୁ ନିର୍ଦେଶ ବୋଲି ରିପୋର୍ଟ ଦେଇଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories