www.samajalive.in
Saturday, December 6, 2025
26.1 C
Bhubaneswar

ଦିଲ୍ଲୀ ବିମାନବନ୍ଦରରେ ପରୀକ୍ଷାରେ ୫ ଜଣଙ୍କ ମଧ୍ୟରେ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ ସରକାରଙ୍କ ଚିନ୍ତା ର କାରଣ ପାଲଟିଛି । ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ ଆଣ୍ଡ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି (ଆଇଜିବି) ସୂଚନା ଅନୁଯାୟୀ, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପରୀକ୍ଷା କରୁଥିବା ପ୍ରତି ପାଞ୍ଚ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଓମିକ୍ରନ୍ ମାମଲା ସାମ୍ନାକୁ ଆସୁଛି ।
ରିପୋର୍ଟ ଅନୁଯାୟୀ, ଜଣେ ବରିଷ୍ଠ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଆଇଜିଆଇବି ରେ ପ୍ରତିଦିନ ୧୫ ରୁ ୨୦ ଟି ନମୁନା ଜିନୋମ ସ୍ୱିକେନସିଂ କ୍ରମରେ ପରୀକ୍ଷା କରାଯାଉଛି । ଓମିକ୍ରନର ପ୍ରଥମ ମାମଲା ଡିସେମ୍ବର ୨ ରେ ତାନଜାନିଆରୁ ଫେରି ଆସିଥିବା ୩୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନିକଟରେ ଦିଲ୍ଲୀରେ ରିପୋର୍ଟ ହୋଇଥିଲା। ଗତ ୨୦ ଦିନ ମଧ୍ୟରେ ଏହି ସଂଖ୍ୟା ୫୭ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ପ୍ରକାରର ତିନୋଟି ନୂତନ ମାମଲା ନିଶ୍ଚିତ ହୋଇଛି । ଯାହା ଡେଲଟା ଭାରିଆଣ୍ଟ ଅପେକ୍ଷା ତିନି ଗୁଣ ଅଧିକ ସଂକ୍ରାମକ ଅଟେ ।
ପ୍ରାରମ୍ଭରେ ଓମିକ୍ରନ୍ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ମଧ୍ୟରେ ସୀମିତ ଥିଲା । ମାତ୍ର ବୈଜ୍ଞାନିକଙ୍କ ମତାନୁଯାୟୀ ଗତ ସପ୍ତାହରେ କୋଭିଡ -୧୯ ମାମଲାରେ ହଠାତ୍ ବୃଦ୍ଧି ପାଇଛି । ଫଳରେ ଏହା ଆଗକୁ ଗୋଷ୍ଠୀ ସଂକ୍ରମଣ ବ୍ୟାପିପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ୧୭ ଟି ଓମିକ୍ରନ୍ ଆକ୍ରାନ୍ତ  ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣଙ୍କର କୌଣସି ଯାତ୍ରା ନେଇ କୌଣସି ଟିପଣୀ ନାହିଁ ।
ଦେଶରେ ରିପୋର୍ଟ ହୋଇଥିବା ମୋଟ ୨୮୦ଟି ମାମଲା ମଧ୍ୟରୁ ପ୍ରାୟ ୨୭ ପ୍ରତିଶତ ମାମଲା ଦିଲ୍ଲୀରେ ଅଛି। ଦିଲ୍ଲୀ ପରେ ମୁମ୍ବାଇର ସମସ୍ତ ମହାନଗର ମଧ୍ୟରେ ସର୍ବାଧିକ ମାମଲା ରହିଛି। ଲୋକ ନାୟକ ହସ୍ପିଟାଲର ମେଡିକାଲ ନିର୍ଦ୍ଦେଶକ ଡାକ୍ତର ସୁରେଶ କୁମାର କହିଛନ୍ତି ଉଭୟ ଦିଲ୍ଲୀ ଏବଂ ମୁମ୍ବାଇରେ ସବୁଠୁ ବ୍ୟସ୍ତବହୁଳ ବିମାନବନ୍ଦର ରହିଛି। ଯେଉଁଠାରେ ପ୍ରତିଦିନ ଶହ ଶହ ଅନ୍ତର୍ଜାତୀୟ ଯାତ୍ରୀ ଆସନ୍ତି । ଏହି କାରଣରୁ ଉଭୟ ସହରରେ ମାମଲା ସଂଖ୍ୟା ଅଧିକ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories