www.samajalive.in
Saturday, December 6, 2025
23.1 C
Bhubaneswar

ପୁଣି କେନ୍ଦ୍ର କର୍ମଚାରୀଙ୍କୁ ସରକାରଙ୍କ ଆଉ ଏକ ଉପହାର ;  ଡିଏ ପରେ ବଢିଲା..

ନୂଆଦିଲ୍ଲୀ : ପୁଣି କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆଉ ଏକ ଉପହାର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ପୂର୍ବରୁ ବୃଦ୍ଧି କରାଯାଇଥିବା ବେଳେ ଏବେ କେନ୍ଦ୍ର ସରକାର , କର୍ମଚାରୀଙ୍କ ଟିଏରେ (ଟ୍ରାଭେଲ୍‍ ଆଲାଉନ୍ସ) ବୃଦ୍ଧି କରାଯାଇଛି । ଅର୍ଥାତ୍‍ ଏବେ କର୍ମଚାରୀଙ୍କ ବ୍ୟାଙ୍କ ଖାତାରେ ପୁଣି ଟଙ୍କା ବଢିବ । ମହଙ୍ଗା ଭତ୍ତାରେ ବୃଦ୍ଧି ପରେ ଟ୍ରାଭେଲ୍‍ ଆନାଉନ୍ସ ବୃଦ୍ଧି କରାଯାଇଛି । କର୍ମଚାରୀ ବର୍ତ୍ତମାନ ଭ୍ରମଣ କରିବା ପାଇଁ ରାଜଧାନୀ ଓ ଦୁରନ୍ତ ଏକ୍ସପ୍ରେସ୍‍ ବ୍ୟତୀତ ତେଜେସ୍‍ ଟ୍ରେନରେ ଯିବା ପାଇଁ ସୁଯୋଗ ପାଇବେ । ନିକଟରେ ମହଙ୍ଗା ଭତ୍ତା ୪% ବୃଦ୍ଧି ପରେ ବର୍ତ୍ତମାନ ମହଙ୍ଗା ଭତ୍ତା ବୃଦ୍ଧି ହୋଇ ୩୮% ହୋଇ ସାରିଛି । ମହଙ୍ଗା ଭତ୍ତା ବୃଦ୍ଧିର ପ୍ରଭାବ ଟ୍ରାଭେଲ୍‍ ଆଲାଉନ୍ସରେ ଦେଖାଯାଇଥାଏ ।
ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ର କର୍ମଚାରୀ ନିଜ ଅଫିସିୟଲ୍‍ କାମରେ ଏହି ତେଜେସ୍‍ ଟ୍ରେନରେ ଯାତ୍ରା କରିପାରିବେ । ସରକାର ଅଧିକାରୀଙ୍କୁ ନିଜ ଅଫିସିୟଲ୍‍ ଭ୍ରମଣ ଯୋଜନାରେ ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଅନୁମତି ଦେଇଛନ୍ତି । ଆଇଆରସିଟିସିର ତେଜେସ୍‍ ଟ୍ରେନ ଦେଶର ପ୍ରଥମ ଘରୋଇ ଓ ପ୍ରିମିୟମ୍‍ କ୍ଲାସ ଟ୍ରେନ୍‍ । ଅର୍ଥ ମନ୍ତ୍ରାଳୟର ଏହି ଘୋଷଣା ପରେ ବର୍ତ୍ତମାନ କର୍ମଚାରୀମାନେ ଏଥିରେ ଯାତ୍ରା କରିପାରିବେ ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories