www.samajalive.in
Saturday, December 6, 2025
26.1 C
Bhubaneswar

ପହଞ୍ଚିବାରେ ଲାଗିଛନ୍ତି ବିଶ୍ୱ ନେତୃବୃନ୍ଦ ; ରାଜଧାନୀରେ ହାଇଆଲର୍ଟ

ନୂଆଦିଲ୍ଲୀ : କଡାସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ। ଆଜି ରାଜଧାନୀରେ ପହଞ୍ଚିବାରେ ଲାଗିଛନ୍ତି ବିଶ୍ୱ ନେତୃବୃନ୍ଦ। ଜି-୨୦ ଶିଖର ସମ୍ମିଳନୀ ପାଇଁ ହାଇଆଲର୍ଟ ମୋଡ୍‌‌ରେ ଦିଲ୍ଲୀ। ଦିଲ୍ଲୀର ୩୫ କିମି ମଧ୍ୟରେ ୧.୩୦ ଲକ୍ଷ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ନଜର ରଖିବାକୁ ୪୦ ହଜାର ସିସିଟିଭି କ୍ୟାମେରା ଲଗାଯାଇଛି। ଦିଲ୍ଲୀ ଏନ୍‌‌ସିଆରର ୨୩ଟି ପଞ୍ଚତାରକା ହୋଟେଲରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନୋ ଫ୍ଲାଇଂ ଜୋନ୍‌‌ରେ ୨୩ଟି ପଞ୍ଚତାରକା ହୋଟେଲ୍‌‌ ରହିଛି। ସମ୍ବେଦନଶୀଳ ସ୍ଥାନରେ ଏନ୍‌‌ଏସ୍‌‌ଜି କମାଣ୍ଡୋ ମୁତୟନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଆଜି ଠାରୁ ୧୦ ତାରିଖ ଯାଏଁ ସ୍କୁଲ,କଲେଜ ସବୁ ବନ୍ଦ ରଖାଯିବା ପାଇଁ ଘୋଷଣା କରାଯାଇଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ମେଟ୍ରୋ ଷ୍ଟେସନ ମଧ୍ୟ ବନ୍ଦ ରହିବ।
ଆଜି ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌‌। ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଆସୁଛନ୍ତି ବାଇଡେନ୍‌‌। ୱାଶିଂଟନ୍‌‌ରୁ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଅଭିମୁଖେ ବାହାରି ସାରିଛନ୍ତି।ଜର୍ମାନୀରେ ସଂକ୍ଷିପ୍ତ ରହଣି ପରେ ସନ୍ଧ୍ୟା ୭ରେ ଦିଲ୍ଲୀ ପହଞ୍ଚିବାର ସମ୍ଭାବନା ରହିଛି। ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। କାଲି ଠାରୁ ହେବାକୁ ଥିବା ୨ ଦିନିଆ ଜି-୨୦ ସମ୍ମିଳନୀରେ ଭାଗ ନେବେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories