www.samajalive.in
Sunday, December 7, 2025
13.1 C
Bhubaneswar

ଆପଣଙ୍କୁ ସପିଙ୍ଗ୍‍ ପସନ୍ଦ କି , ଯାଆନ୍ତୁ ଦିଲ୍ଲୀର ଏହି ସବୁ ମାର୍କେଟ

ସପିଙ୍ଗ୍‍ କରିବା ପାଇଁ ଲୋକେ ଦେଶର ପ୍ରତ୍ୟେକ କୋଣରୁ ଦିଲ୍ଲୀ ନିଶ୍ଚୟ ଆସିଥାଆନ୍ତି। ତାହା ପୋଷାକ, ଜୋତାଚପଲ , ବ୍ୟାଗ ଅଥବା ମେକଅପ ଦ୍ରବ୍ୟ ହେଉ ଦିଲ୍ଲୀରେ ଶସ୍ତା ଓ ଉତ୍ତମ ଧରଣର ମିଳିଥାଏ। ଫ୍ୟାସନର ତାଲିକାରେ ବିଶେଷ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଥିବା ସୁନ୍ଦର ସୁନ୍ଦର ଇମିଟେସନ ଓ ବିଭିନ୍ନ ନୂତନ ଡ଼ିଜାଇନର ଗହଣାର ମଧ୍ୟ ଚାହିଦା ଏଠାରେ ଖୁବ ଅଧିକ। ପୋଷାକ ଓ ଚପଲ ସହ ମ୍ୟାଚିଙ୍ଗ କଲାଭଳି ଖୁବ ସୁନ୍ଦର ସୁନ୍ଦର ଡ଼ିଜାଇନର ‘ଫଙ୍କି ଜୁଏଲରୀ’ ମଧ୍ୟ ଏଠାରେ ମିଳେ। ଯାହା କଲେଜ ଓ କାର୍ଯ୍ୟାଳୟରେ କାମ କରୁଥିବା ଯୁବତୀ ଓ ମହିଳାଙ୍କୁ ବେଶ ପସନ୍ଦ। ଜାଣନ୍ତୁ ଦିଲ୍ଲୀର ଏଭଳି ଜିନିଷ ମିଳୁଥିବା ମାର୍କେଟ ବିଷୟରେ….

courtesy : Chinabrands.com

ଦରୀବା କାଲନ, ଚାନ୍ଦନୀ ଚୌକ୍‍ –
ଏଠାରେ ବିଭିନ୍ନ ଡ଼ିଜାଇନ ସୁନ୍ଦର ସୁନ୍ଦର ଜୁଏଲରୀ ମିଳିଥାଏ। ଦାମ ମଧ୍ୟ କମ ହୋଇଥାଏ। ତେଣୁ ଏଠାରେ ବର୍ଷସାରା ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଭିନ୍ନ ଭିନ୍ନ ରଙ୍ଗବେରଙ୍ଗର ଭାରୀ ଓ ହାଲକା ଉଭୟ ପ୍ରକାରର ଜୁଏଲରୀ ମିଳେ। ଚାନ୍ଦିର ଗହଣା ମଧ୍ୟ ଏଠାରେ ଶସ୍ତାରେ ମିଳିଥାଏ।

- Advertisement -
courtesy : My Udaipur City

ତିବେତନ ମାର୍କେଟ –
ଏହି ମାର୍କେଟରେ ଚାନ୍ଦି ରଙ୍ଗର କିମ୍ବା ସିମେଣ୍ଟ ରଙ୍ଗର ମେଟାଲ୍‍ରେ ନିର୍ମିତ ସମସ୍ତ ପ୍ରକାରର ଜୁଏଲରୀ ମିଳିଥାଏ। ହାର, ବେସଲେଟ୍‍, କାନଝୁମୁକା ଆଦି ସବୁକିଛି ମିଳିଥାଏ। ଏହି ସବୁ ଜୁଏଲରୀ ଏଠାରେ ଖୁବ ଶସ୍ତାରେ ମଧ୍ୟ ମିଳିଥାଏ।

courtesy : Travelogy India

ପହାଡ଼ଗଞ୍ଜ –
ପହାଡ଼ଗଞ୍ଜର ସରୁ ଓ ଭିଡ଼ ଥିବା ଗଳିରେ ଯିବା ପାଇଁ ଆପଣଙ୍କୁ ଖୁବ ଧୈର୍ଯ୍ୟ ଆବଶ୍ୟକ। ମାତ୍ର ଯଦି ଆପଣଙ୍କୁ ସୁନ୍ଦର ଓ ଶସ୍ତା ଜୁଏଲରୀ ଓ ଫ୍ୟାସନର ବିଭିନ୍ନ ଦ୍ରବ୍ୟ କିଣିବାକୁ ଇଚ୍ଛା, ତେବେ ଏଠାକୁ ନିଶ୍ଚୟ ଯାଆନ୍ତୁ। ଏଠାରେ ହୋଲସେଲ ମାର୍କେଟ ମଧ୍ୟ ରହିଛି। ବହୁ ସୁନ୍ଦର ସୁନ୍ଦର କାନ ଝୁମୁକା ସହ ଅନ୍ୟାନ୍ୟ ଜିନିଷ ମଧ୍ୟ ଏଠାରେ ମିଳେ।

courtesy : Postoast

ସରୋଜିନୀ  ମାର୍କେଟ –
ଏହି ମାର୍କେଟରେ ଆପଣ ନିଜ ମନ ପସନ୍ଦର ସମସ୍ତ ଫ୍ୟାସନ ଦ୍ରବ୍ୟ ପାଇପାରିବେ। ଏଠାକାର ଚାହିଦା ଏତେ ଅଧିକ ଯେ, ପ୍ରତିଦିନ ବହୁ ସଂଖ୍ୟାରେ ଏଠାରେ ଲୋକଙ୍କ ଭିଡ଼ ଜମିଥାଏ। ଏହି ମାର୍କେଟଟି ଖୁବ ବଡ଼ ମଧ୍ୟ। ତେଣୁ ଧୈର୍ଯ୍ୟ ସହ ଏଠାରେ ଆପଣଙ୍କୁ ଜିନିଷ କିଣିବାକୁ ପଡ଼ିବ। ଏଠାରେ ଶସ୍ତାରେ ପାରମ୍ପରିକ ପୋଷାକ ସହ ଅନ୍ୟାନ୍ୟ ସମସ୍ତ ଡ଼ିଜାଇନର ପୋଷାକ ମଧ୍ୟ ଏଠାରେ ମିଳେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories