ନୂଆଦିଲ୍ଲୀ : କରୋନା ସ୍ଥିତି ଦିଲ୍ଲୀରେ ସାଂଘାତିକ ହୋଇଥିବା ବେଳେ ଅଧିକାଂଶ ଅଂଚଳ ହଟସ୍ପଟ ଘୋଷଣା କରାଯାଇଛି। କିନ୍ତୁ ଦିଲ୍ଲୀ ସରକାର କେତେକ କ୍ଷେତ୍ରରେ କଟକଣା କୋହଳ କରିଛନ୍ତି। ଡାକ୍ତର, ନର୍ସଙ୍କ ସମେତ ସ୍ବସ୍ଥ୍ୟକ୍ଷେତ୍ରରେ ଜଡିତ କର୍ମଚାରୀଙ୍କ ପାଇଁ ରାଜ୍ୟ ଭିତରେ ଯାତାୟତକୁ ଅନୁମତି ଦେଇଥିବା ବେଳେ ଏବେ ପାଣି ପାଇପ ମିସ୍ତ୍ରୀ, ବିଦ୍ୟୁତ ମିସ୍ତ୍ରୀଙ୍କ ସମେତ ଜଳ ବିଶୋଧନ କ୍ଷେତ୍ରରେ ମରାମତି କାର୍ଯ୍ୟରେ ନିୟୋଜିତ ଲୋକଙ୍କ ପାଇଁ କଟକଣା କୋହଳ କରାଯାଇଛି। ତା’ଛଡା ଅନଲାଇନ ଶିକ୍ଷାଦାନକୁ ଅନୁମତି ରହିଥିବା ବେଳେ ଦିବ୍ୟାଙ୍ଗ ଗୃହ, ଅନାଥାଶ୍ରମ, ବୃଦ୍ଧାଶ୍ରମ ଭଳି ସଂସ୍ଥା ଖୋଲାଯାଇପାରିବ। ବରିଷ୍ଠ ନାଗରିକଙ୍କ ପାଇଁ କଟକଣା କୋହଳ କରାଯଇଥିବା ମଧ୍ୟ ଦିଲୀ ମୁଖ୍ୟ ଶାସନ ସଚିବ ବିଜୟ କୁମାର ଦେବ କହିଛନ୍ତି। ପୂର୍ବରୁ ଗୃହ ମନ୍ତ୍ରଣାଳୟ ଆବାସିକ ଅଂଚଳରେ ଛୋଟ ଦୋକାନ ସମେତ ଅନ୍ୟାନ୍ୟ କେତେକ କ୍ଷେତ୍ର ପାଇଁ କଟକଣା କୋହଳ କରିବାକୁ ନିର୍ଦେଶ ଦେଇଥିଲା।
Popular Categories



