ନୂଆଦିଲ୍ଲୀ: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବାପାଙ୍କ ପରଲୋକ ଘଟିଛି। ସେ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
କେଜ୍ରିୱାଲ କହିଛନ୍ତି, ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ତାଙ୍କ ବାପାଙ୍କୁ ହରାଇଛନ୍ତି। ସତ୍ୟେନ୍ଦ୍ର କୋଭିଡ-୧୯ ସମୟରେ ଦିଲ୍ଲୀବାସୀଙ୍କ ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ଭଗବାନ୍ ତାଙ୍କ ବାପାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି କେଜ୍ରିୱାଲ କହିଛନ୍ତି।
ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ବହୁ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦୈନିକ ସଂକ୍ରମଣ ୨୫ ହଜାର ଟପିବା ପରେ ମୁଖ୍ୟମନ୍ତ୍ରୀ ଏଠାରେ ତାଲାବାନ୍ଦ ଘୋଷଣା କରିଛନ୍ତି, ଯାହା ଏବେ ବି ବଳବତ୍ତର ରହିଛି।



