www.samajalive.in
Sunday, December 7, 2025
26.1 C
Bhubaneswar

ୱାର୍ନରଙ୍କୁ ଆଉ ଏକ ଝଟ୍‌କା; ଅଧିନାୟକ ପଦ ଯିବା ପରେ ଦଳରୁ ବାଦ୍‌ ପଡ଼ିଲେ

ମୁମ୍ବଇ: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡେଭିଡ୍‌ ୱାର୍ନରଙ୍କ ପାଇଁ ଆଇପିଏଲର ଚଳିତ ସଂସ୍କରଣ କଷ୍ଟ ଦାୟକ ହୋଇଛି। ୱାର୍ନର ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଅଧିନାୟକ ପଦ ହରାଇବା ପରେ ଏବେ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ରାଜସ୍ଥାନ ରୟାଲ୍ସ (ଆରଆର) ବିପକ୍ଷ ମ୍ୟାଚ ପାଇଁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ।

ଏସଆରଏଚର କ୍ରିକେଟ ନିର୍ଦେଶକ ଟମ୍‌ ମୁଡୀ କହିଛନ୍ତି ଯେ, ଆମକୁ ଏକ କଠିନ ନିଷ୍ପତ୍ତି ନେବାକୁ ପଡ଼ିଛି। କୌଣସି ଜଣେ ଖେଳାଳି ଆଜିର ମ୍ୟାଚରୁ ବାଦ୍‌ ପଡ଼ିବାର ଥିଲା, ଆଉ ସେ ହେଉଛନ୍ତି ଡେଭିଡ ୱାର୍ନର। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ଶନିବାର ଦିନ ୱାର୍ନରଙ୍କୁ ଅଧିନାୟକ ପଦରୁ ହଟାଯାଇଥିଲା। ତାଙ୍କ ବଦଳରେ କେନ୍‌ ୱିଲିୟମ୍‌ସନଙ୍କୁ ଦାୟିତ୍ଵ ଦିଆଯାଇଥିଲା।

- Advertisement -

ୱିଲିୟମ୍‌ସନ ପୂର୍ବରୁ ମଧ୍ୟ ଏଚଆରଏଚର ଅଧିନାୟକ ରହିଥିଲେ। ସେ ୨୦୧୮ ଏବଂ ୨୦୧୯ ସଂସ୍କରଣରେ ଅଧିନାୟକ ଦାୟିତ୍ଵ ତୁଲାଇଥିଲେ। ୱିଲିୟମସନ୍‌ଙ୍କ ନେତୃତ୍ଵରେ ଏସଆରଏଚ ମୋଟ ୨୬ ମ୍ୟାଚ ଖେଳିଛି, ଯେଉଁଥିରୁ ୧୪ଟିରେ ବିଜୟ ଲାଭ କରିଥିବାବେଳେ ୧୧ଟାରେ ପରାଜିତ ହୋଇଛି। ଗୋଟିଏ ମ୍ୟାଚ ଅମୀମାଂଶିତ ଭାବେ ଶେଷ ହୋଇଛି।

ଅନ୍ୟପଟେ ୱାର୍ନର ଦଳରୁ ବାଦ୍‌ ପଡ଼ିବା ପରେ ନାନା କଥା ପଦାକୁ ଆସିଛି। ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଟମ୍‌ ମୁଡୀ ଏବଂ ୱାର୍ନରଙ୍କ ମଧ୍ୟରେ ଭଲ ସମ୍ପର୍କ ନ ଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ମନୀଷ ପାଣ୍ଡେଙ୍କୁ ହଟାଇ ବିରାଟ ସିଂହଙ୍କୁ ସାମିଲ କରାଯିବା ଫଳରେ ଉଭୟଙ୍କ ମଧ୍ୟରେ ମତଭେଦ ବୃଦ୍ଧି ପାଇଥିଲା।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories