www.samajalive.in
Friday, December 12, 2025
26.1 C
Bhubaneswar

ରାଜକୋଷ ଫାଙ୍କା – କର୍ମଚାରୀଙ୍କୁ ବେତନ ଦେବାକୁ କେନ୍ଦ୍ରକୁ ୫ ହଜାର କୋଟି ମାଗିଲା ଦିଲ୍ଲୀ

ସମାଜ ପୋର୍ଟାଲ ଡେସ୍କ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଦିଲ୍ଲୀ ସରକାର। ଆଜି ଖୋଦ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏବେ ଦିଲ୍ଲୀ ସରକାର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ତେଣୁ କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ସକ୍ଷମ ନୁହନ୍ତି। ଏ ନେଇ ଦିଲ୍ଲୀ ସରକାର କେନ୍ଦ୍ରରୁ ୫ ହଜାର କୋଟି ଟଙ୍କା ସହାୟତା ମାଗିଛନ୍ତି ବୋଲି ସେ କହିଛନ୍ତି।

ଅର୍ଥ ବିଭାଗ ଦାୟିତ୍ୱରେ ଥିବା ସିସୋଦିଆ କହିଛନ୍ତି ଯେ ଦିଲ୍ଲୀ ସରକାର କର୍ମଚାରୀମାନଙ୍କୁ ଦରମା ଦେବା ତଥା ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ମାସକୁ ୩ ହଜାର ୫ ଶହ କୋଟି ଟଙ୍କା ଆବଶ୍ୟକ କରିଥାନ୍ତି। ଗତ ଦୁଇ ମାସ ମଧ୍ୟରେ ଜିଏସଟି ସଂଗ୍ରହ ଏକ ହଜାର କୋଟି ଟଙ୍କା ହୋଇଥିବା ବେଳେ କର୍ମଚାରୀଙ୍କୁ ଦରମା ଦେବାକୁ ଅତି କମରେ ୭ ହଜାର କୋଟି ଟଙ୍କା ଆବଶ୍ୟକ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଡେପୁଟି ସିଏମ୍ କହିଛନ୍ତି ଯେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଦିଲ୍ଲୀ କିଛି ପାଇ ନ ଥିବାରୁ ସେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କେନ୍ଦ୍ରରୁ ୫ ହଜାର କୋଟି ଟଙ୍କା ଦେବାକୁ ପତ୍ର ଲେଖିଛନ୍ତି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories