www.samajalive.in
Monday, December 8, 2025
24.1 C
Bhubaneswar

ନିର୍ଭୟାଙ୍କୁ ଶ୍ରଦ୍ଧାଞ୍ଜଳୀ : ନିର୍ମାଣ ହେଲା ଚଳଚ୍ଚିତ୍ର

ନୂଆଦିଲ୍ଲୀ : ନିର୍ଦ୍ଦେଶକ ଶରୀକ ମିନ୍‍ହାଜ୍‍ ଦିଲ୍ଲୀର ନିର୍ଭୟା ଘଟଣାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଏହି ଚଳଚ୍ଚିତ୍ରର ନାଁ ରହିଛି ‘ଦିଲ୍ଲୀ ବସ୍‍’। ଶରୀକଙ୍କ କହିବା ଅନୁସାରେ, ତାଙ୍କର ଏହି ଆଗାମୀ ଚଳଚ୍ଚିତ୍ର ଦିଲ୍ଲୀରେ ଗଣବଳାତ୍କାରର ଶିକାର ହୋଇଥିବା ସେହି କର୍ମଜୀବୀ ଯୁବତୀଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳୀ, ଯାହାଙ୍କୁ ଆଜି ନିର୍ଭୟା ନାମରେ ସାରା ଦେଶ ଜାଣିଛି।

ସୂଚନା ଅନୁସାରେ, ଶରୀକଙ୍କ ଏହି ଚଳଚ୍ଚିତ୍ର ୧୬ଡିସେମ୍ବର, ୨୦୧୨ରେ ନୂଆଦିଲ୍ଲୀର ଚଳନ୍ତା ବସରେ ହୋଇଥିବା ଗଣବଳାତ୍କାର ଉପରେ ଆଧାରିତ। ଶରୀକ କହିଛନ୍ତି, “ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଆଜି ଦେଶରେ ଚର୍ଚ୍ଚାର ପ୍ରମୁଖ ବିଷୟ ମଧ୍ୟରୁ ଗୋଟିଏ। ତେଣୁ ଆମେ ଏପରି ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚିନ୍ତା କଲୁ, ଯାହା ସମାଜରେ କିଛି ପରିବର୍ତ୍ତନ ଆଣି ପାରିବ ଓ କଳାତ୍ମକ ଢଙ୍ଗରେ ସମସ୍ୟାଗୁଡ଼ିକର ପର୍ଦ୍ଦାଫାସ କରିପାରିବ”।

- Advertisement -

ତେବେ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ୨୫ଜାନୁଆରୀରେ ମୁକ୍ତିଲାଭ କରିବ। ଏଥିରେ ଦିବ୍ୟା ସିଂହ, ନୀଳିମା ଅଜୀମ ଓ ସଞ୍ଜୟ ସିଂହ ପ୍ରମୁଖ କଳାକାର ଅଭିନୟ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories