www.samajalive.in
Saturday, December 6, 2025
19.1 C
Bhubaneswar

ଦିଲ୍ଲୀ ବିମାନବନ୍ଦରକୁ ବିସ୍ଫୋରଣରେ ଉଡାଇବାକୁ ଧମକ ;ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରକୁ ବିସ୍ଫୋରଣରେ ଉଡାଇବାକୁ ଧମକ ଦିଆଯାଇଛି। ଦିଲ୍ଲୀ ପୁଲିସକୁ ଅଲକାଏଦାର ଇ-ମେଲ୍‍ ଯୋଗେ ଧମକ ଦେଇଥିବା ନେଇ ଆଜି ସୂଚନା ମିଳିଛି। ଏହାପରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ
ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଶନିବାର ସନ୍ଧ୍ୟାରେ ଏହି ଇ-ମେଲ ଆସିଥିବା କୁହାଯାଉଛି। ଇ-ମେଲ୍‍ ଆସିବା ପରେ ଦିଲ୍ଲୀରେ ଆଲର୍ଟ ଜାରି କରାଯାଇଛି। ସମସ୍ତ ସୁରକ୍ଷା ଏଜେନ୍ସିକୁ ସତର୍କ କରାଯାଇଛି। ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ବିମାନବନ୍ଦରର ସମସ୍ତ ଟର୍ମିନାଲରେ ଆଣ୍ଟି ସାବୋଟେଜ ଯାଞ୍ଚ ଆରମ୍ଭ କରାଯାଇଛି। ବିମାନବନ୍ଦରକୁ ଆସୁଥିବା ସମସ୍ତ ଯାନବାହନଗୁଡିକୁ ଯାଞ୍ଚ କରାଯାଉଛି। ଲଗାତାର ପାଟ୍ରୋଲିଂ ମଧ୍ୟ କରାଯାଉଛି। ବିଭିନ୍ନ ନିରାପତ୍ତା ପଦକ୍ଷେପ ଗ୍ରହଣ କରାଯାଉଛି। ସମସ୍ତ ଚେକ ପଏଣ୍ଟରେ ନାକାବନ୍ଦୀ କରାଯାଇ ବ୍ୟାପକ ଯାଞ୍ଚ ଜାରି ରହିଛି। ଏହି ଧମକପୂର୍ଣ୍ଣ ଇ-ମେଲ୍‍ ଦର୍ଶାଯାଇଛି ବିମାନବନ୍ଦରକୁ ଅଲକାଏଦା ସର୍ଗନା ସଂଗଠନ ପକ୍ଷରୁ ଉଡ଼ାଇଦେବା ଲାଗି ଯୋଜନା କରାଯାଉଛି। ଇ-ମେଲ୍‍ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories