www.samajalive.in
Monday, December 15, 2025
26.1 C
Bhubaneswar

ବାୟୁସେନାକୁ ମିଳିବ ୯୭ ଯୁଦ୍ଧ ବିମାନ, ହାଲ ସହ ୬୨ ହଜାର କୋଟିର ଚୁକ୍ତି କଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ବାୟୁସେନାକୁ ମିଳିବ ୯୭ ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ବା ଲଢ଼ୁଆ ବିମାନ। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ(ହାଲ) ସହିତ ୬୨ ହଜାର ୩୭୦ କୋଟି ଟଙ୍କାର ଚୁକ୍ତି ସ୍ଵାକ୍ଷର କରାଯାଇଛି। ୨୦୨୭-୨୮ ମଧ୍ୟରେ ହାଲ୍ ପକ୍ଷରୁ ଯୁଦ୍ଧ ବିମାନ ଯୋଗାଣ ଆରମ୍ଭ ହେବ। ୬ ବର୍ଷ ମଧ୍ୟରେ ସମସ୍ତ ଯୁଦ୍ଧ ବିମାନ ନିର୍ମାଣ କରାଯାଇ ବାୟୁସେନାକୁ ହସ୍ତାନ୍ତର କରାଯିବ।

ବିମାନ ନିର୍ମାଣରେ ୬୪ ପ୍ରତିଶତ ସ୍ଵଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯିବ। ଯୁଦ୍ଧ ବିମାନ ସହିତ ଏହାର ୬୭ ପ୍ରକାର ଉପକରଣ ମଧ୍ୟ ହାଲ ଯୋଗାଇଦେବ। ଉତ୍ତମ ଆକ୍ଟିଭ ଇଲେକଟ୍ରୋନିକାଲି ସ୍କାନ୍‌ଡ ଆରେ(ଏଇଏସଏ) ରାଡାର, ସ୍ଵୟଂ ରକ୍ଷା କବଚ ଏବଂ କଂଟ୍ରୋଲ ସର୍ଫେସ ଆକ୍ୟୁଏଟର୍ସ ଭଳି ଅଗ୍ରଣୀ ସ୍ଵଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯିବ। ହାଲ୍‌ ସହିତ ସରକାରଙ୍କର ଏହା ସବୁଠୁ ବଡ଼ ଚୁକ୍ତି ବୋଲି କୁହାଯାଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories