www.samajalive.in
Wednesday, December 10, 2025
14.1 C
Bhubaneswar

ପ୍ରତିରକ୍ଷା ମନ୍ତ୍ରାଳୟର ୨୧୦ ଏକର ଜମି ହସ୍ତାନ୍ତର ପାଇଁ ରାଜିନାମା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା ୨୧୦ ଏକର ଜମିକୁ ଭିତ୍ତିଭୂମି ବିକାଶ ପାଇଁ ହସ୍ତାନ୍ତର କରିବାକୁ ସମ୍ମତି ପ୍ରଦାନ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିତାରମଣ। ବେଙ୍ଗାଲୁରୁ ସ୍ଥିତ ଉକ୍ତ ଜମିର ମୂଲ୍ୟ ପ୍ରାୟ ୩୨୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଉକ୍ତ ଜମିରେ ୧୦ଟି ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହା ପ୍ରତିବଦଳରେ କର୍ଣ୍ଣାଟକ ସରକାର ସମାନ ମୂଲ୍ୟ ଓ ସମାନ ପରିମାଣର ୩୧ଟି ଜମି ପ୍ରତିରକ୍ଷା ବିଭାଗକୁ ହସ୍ତାନ୍ତର କରିବେ। ଏଥିପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍ ଡି କୁମାରସ୍ୱାମୀ ଓ ନିର୍ମଳା ସିତାରମଣଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ଦିନକୁ ଦିନ ବେଙ୍ଗାଲୁରୁରର ପରିସୀମା ଓ ଜନସଂଖ୍ୟା ବୃଦ୍ଧି ସହିତ ଟ୍ରାଫିକ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏହି ସମସ୍ୟାର ସମାଧାନ ପାଇଁ ରାସ୍ତା ପ୍ରଶସ୍ତକରଣ, ଓଭରବ୍ରିଜ୍‍ ଆଦି ଭିତ୍ତିଭୂମି ନିର୍ମାଣ ଜରୁରୀ ହୋଇପଡ଼ିଛି। କିନ୍ତୁ ସେହି ସବୁ ଜମି ପ୍ରତିରକ୍ଷା ବିଭାଗ ଅଧୀନରେ ଥିବାରୁ ଭିତ୍ତିଭୂମିର ବିକାଶ ହୋଇପାରୁ ନଥିଲା। ଏହି ଚୁକ୍ତିନାମା ପରେ ସମସ୍ୟାର ଆପାତତଃ ସମାଧାନ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ସିତାରମଣ ତାମିଲନାଡ଼ୁର ମୂଳ ବାସିନ୍ଦା ହୋଇଥିବା ବେଳେ ବିଜେପି ଟିକେଟ୍‍ରେ କର୍ଣ୍ଣାଟକରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ତେଣୁ ସେ ସମସ୍ୟାକୁ ହୃଦୟଙ୍ଗମ କରିଥିବାରୁ ସେନା ବିଭାଗ ହାତରେ ଥିବା ଜମି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories