ଦେବଗଡ଼ : ଦେବଗଡ଼ର ଏକ କଲେଜ ପରିସରରୁ ରବିବାର ଝୁଲନ୍ତା ଅବସ୍ଥାରେ ଜଣେ ବିବାହିତ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ଘର ନିକଟସ୍ଥ ରଙ୍ଗିଅଗୁଡ଼ା ସାହିରେ ଓ ସେ ବିନୋଦ ପଲେଇଙ୍କ ପୁଅ ପୁରୁଷୋତ୍ତମ ପଲେଇ (୨୫) ବୋଲି ଜଣାପଡ଼ିଛି। ପୁରୁଷୋତ୍ତମଙ୍କ ମୃତଦେହ କଲେଜ ପରିସରରେ ଥିବା ଏକ ଶାଳଗଛରେ ଝୁଲୁଥିବାର କଲେଜର ଜଗୁଆଳି ଦେଖି ଘଟଣା ସମ୍ପର୍କରେ କଲେଜ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥିଙ୍କୁ ସୂଚନା ଦେଇଥିଲେ। ଏହାପରେ ଅଧ୍ୟକ୍ଷା କଲେଜ ପରିସରକୁ ଆସି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
କଲେଜ ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର , ଆତ୍ମହତ୍ୟା ସନ୍ଦେହ
Popular Categories



