www.samajalive.in
Thursday, December 11, 2025
13.1 C
Bhubaneswar

ଦେବାଶିଷ-ସୁବାସ ଆରୋପ ପ୍ରତ୍ୟାରୋପ

କଟକ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ କଟକ ବିଜେଡି ଗୋଷ୍ଠୀ କନ୍ଦଳ ପଦାରେ ପଡିଛି। ସାଂସଦ ଦେବାଶିଷ ସାମନ୍ତରାୟ ଏବଂ କଟକ ମେୟର ସୁବାସ ସିଂଙ୍କ ମଧ୍ୟରେ ତୁ ତୁ ମେ ମେ। ସିଡିଏ ସ୍ଥିତ ଅନାଥଶ୍ରମରେ ମେୟର ସୁବାସ ସିଂ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିଥିଲେ। ଯେଉଁଥିରେ କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ସିଂ ଏବଂ ମହିଳା ମୋର୍ଚ୍ଚା ସଦସ୍ୟ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ସିଟି ହସ୍ପିଟାଲରେ ଫଳ ବଣ୍ଟନ କରି ନବୀନଙ୍କ ଜନ୍ମଦିନ ପାଳିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ। ତେବେ ଭିନ୍ନ ଭିନ୍ନ ସ୍ଥାନରେ ଜନ୍ମଦିନ ପାଳନକୁ ନେଇ ଦେବାଶିଷ କହିଛନ୍ତି ଯେ ସେମାନେ ନିମ୍ନସ୍ତରର। ମୋତେ କାର୍ଯ୍ୟକ୍ରମକୁ ଡାକିବା ପାଇଁ ସେମାନଙ୍କର ସତ୍‌ ସାହସ ନାହିଁ। ଅନ୍ୟପକ୍ଷରେ ମେୟର , ଜିଲ୍ଲା ବିଜେଡି ସଭାପତି କେମିତି ନିମ୍ନସ୍ତରର ବୋଲି ପ୍ରଶ୍ନ କରିଛନ୍ତି ସୁବାସ। ଦେବାଶିଷଙ୍କ ସମସ୍ତ ବକ୍ତବ୍ୟ ଦଳୀୟ ହାଇକମାଣ୍ଡ ତର୍ଜମା କରୁଛନ୍ତି ବୋଲି କହିଛନ୍ତି ସୁବାସ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories