www.samajalive.in
Thursday, November 13, 2025
25.1 C
Bhubaneswar

ଦେବଗଡ: ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରୁ ଗର୍ଭିଣୀ ହାତୀର ମୃତଦେହ ଉଦ୍ଧାର 

ଦେବଗଡ : ଦେବଗଡ ବନଖଣ୍ଡ ତଥା ଦେବଗଡ ବନାଂଚଳ ତିଲେଇବଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରୁ ଆଜି ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି । ହାତୀଟିର ମୃତ୍ୟୁର ପ୍ରକୃତ କାରଣ ବର୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ଉକ୍ତ ମାଈହାତୀଟିର ବୟସ ପ୍ରାୟ ପ୍ରାୟ ୧୮ରୁ ୨୦ ବର୍ଷ ହୋଇଥିବା ବେଳେ ସେ ଗର୍ଭବତୀ ଥିଲା ଓ ଆଜି ସକାଳେ ସନ୍ତାନ ପ୍ରସବ ସମୟରେ ତା’ର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।

ସୂଚନା ପାଇ ତିଲେବଣି ଫରେଷ୍ଟର ଓ ଦେବଗଡ ବନାଂଚଳ ଅଧିକାରୀଙ୍କ ସମେତ ଦେବଗଡ ବନଖଣ୍ଡ ଅଧିକାରୀଣି ରଶ୍ମୀ ଜୀ, ଅତିରିକ୍ତ ବନ ସଂରକ୍ଷିକା ସ୍ୱାଧିନତା ସାହାଣି ଓ ଅତିରିକ୍ତ ବନ ସଂରକ୍ଷକ ଅରୁଣ କୁମାର ବେହେରା ଘଟଣା ସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିବାସହ ଘଟନାର ତଦନ୍ତ ଚଳାଇଛନ୍ତି । ସେହିପରି ଇତିମଧ୍ୟରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ହାତୀଟିର ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ସୂଚନା ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୮ ତାରିଖରେ ଦେବଗଡ ବନଖଣ୍ଡ ରିଆମାଳ ବନାଂଚଳ ରେଂଗାଳବେଡା ସେକ୍ସନ ଅନ୍ତର୍ଗତ କାଉଁଶିତଇଲା ଗ୍ରାମରେ ବିଦ୍ୟୂତ ସଂସ୍ପର୍ଷରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥଲା । ସେହିପରି ଗତ ସେପ୍ଟେମ୍ବର ୧୨ ତାରିଖରେ ରିଆମାଳ ବନାଂଚଳ ପଳସମା ସେକ୍ସନ ଅନ୍ତର୍ଗତ ଚିରଗୁଣିକୁଦର ଗ୍ରାମରେ ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଷରେ ଅନ୍ୟ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା ।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories