ଦେବଗଡ: ଲଗାଣ ବର୍ଷା ଯୋଗୁଁ ଦେବଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ କୁଣ୍ଢେଇଗୋଳା ଗ୍ରାମ ନିକଟରେ ଟିକିରା ନଦୀର ଜଳସ୍ତର ବୃଦ୍ଧି ପାଇ ଉଛୁଳି ପଡ଼ିବାସହ ୫୩ ନମ୍ବର ଜାତୀୟ ରାଜପଥରେ ୩ ଫୁଟ ଉଚ୍ଚର ପ୍ରବାହିତ ହେଉଛି। ଫଳରେ କୁଣ୍ଢେଇଗୋଳା ଓ ବୁଢାପାଳ ଗ୍ରାମ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଛିନ୍ନ ହୋଇଛି। ସେହିପରି ଉକ୍ତ ରାଜପଥ ଦେଇ ଦେବଗଡରୁ ଅନୁଗୁଳ ଯାତାୟାତ କରୁଥିବା ଶହଶହ ଯାନ ବାହାନ ରାସ୍ତାର ଉଭୟ ପାଶଯର୍ବରେ ଅଟକିି ରହିଛି। ଅନ୍ୟପକ୍ଷରେ ପ୍ରବଳ ବର୍ଷା ଲାଗିରହିଥିବାରୁ ଜଳ ସ୍ତର ଅଧିକ ବୃଦ୍ଧି ପାଇବାସହ ଏହାଦ୍ୱାରା ଧନ ଜୀବନ ମଧ୍ୟ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।
ବଢିଲା ଟିକିରା ନଦୀର ଜଳସ୍ତର: ୫୩ ନମ୍ବର ଜାତୀୟ ରାଜପଥ ଉପରେ ପ୍ରବାହିତ ହେଉଛି ୩ ଫୁଟ ଉଚ୍ଚର ପାଣି
Popular Categories



