www.samajalive.in
Friday, December 12, 2025
26.1 C
Bhubaneswar

ଗଣନାଥପୁର ବାପିନ୍ଦ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ :ଗୋଟିଏ ପରିବାରର ୪ ଗିରଫ

ଦେବଗଡ:ବାରକୋଟ ଥାନା ଅନ୍ତର୍ଗତ ଗଣନାଥପୁର ଗ୍ରାମରେ ଗତ ୯ ତାରିଖ ଦିନ ଘଟିଥିବା ବାପିନ୍ଦ୍ର ପ୍ରଧାନ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାରେ ବାରକୋଟ ଥାନା ପୁଲିସ ସଫଳ ହୋଇଛି। ଏ ଘଟଣାରେ ଆଜି ବାରକୋଟ ଥାନା ପୁଲିସ ଗଣନାଥପୁର ଗ୍ରାମର ଗୋଟିଏ ପରିବାରର ୪ ଜଣ ସଦସ୍ୟ ସଦସ୍ୟାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମାନେ ହେଲେ ଭଗବତପୁର ଗ୍ରାମର ପ୍ରମୋଦ ନାଏକ, ପ୍ରମୋଦର ସ୍ତ୍ରୀ ଲକ୍ଷ୍ମୀ ନାଏକ,ପ୍ରମୋଦର ମାଁ ସୁବାସିନୀ ନାଏକ ଏବଂ ପ୍ରମୋଦର ଭଉଣୀ ବାସନ୍ତୀ ନାଏକ ବୋଲି ଜଣାପଡିଛି। ସେହିପରି ବାପିନ୍ଦ୍ର ଦେହରେ ସେମାନେ ଗରମ ପାଣି ଢାଳିବାସହ ନିସ୍ତୁକ ମାଡମାରି ନିର୍ମମ ଭାବେ ହତ୍ୟା କରି ବାଡିପଟେ ଫିଙ୍ଗି ଦେଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।

 

- Advertisement -

ଏଠାରେ ସୂଚନା ଯୋଗ୍ୟ ଯେ, ବାରକୋଟ ଥାନା ଅନ୍ତର୍ଗତ ଭଗବତପୁର ଗ୍ରାମର ପ୍ରମୋଦ କୁମାର ପ୍ରଧାନଙ୍କ ପୁଅ ବାପିନ୍ଦ୍ର ପ୍ରଧାନ(୩୨) ଗତ ୯ ତାରିଖ ସକାଳ ପ୍ରାୟ ୮ଟା ୩୦ ମିନିଟ ସମୟରେ ଏକ ବାଇକ ଯୋଗେ ଗଣନାଥପୁର ଗ୍ରାମପଟକୁ ଯାଇଥିଲେ ହେଁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ଫଳରେ ବାପିନ୍ଦ୍ରଙ୍କ ପରିବାର ଲୋକେ ତାଙ୍କୁ ଖୋଜିବା ପାଇଁ ଗଣନାଥପୁର ଗ୍ରାମକୁ ଯାଇଥିଲେ। ତେବେ ଉକ୍ତ ଗ୍ରାମର ପ୍ରମୋଦ ନାୟକଙ୍କ ଘର ସମ୍ମୁଖରେ ବାପିନ୍ଦ୍ରଙ୍କ ମୋଟର ସାଇକେଲଟି ଛିଡା ହୋଇଥିବା ଏବଂ ପ୍ରମୋଦଙ୍କ ବାଡିପଟେ ବାପିନ୍ଦ୍ରଙ୍କ ରକ୍ତାକ୍ତ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଫଳରେ କୌଣସି କାରଣରୁ ମହେନ୍ଦ୍ର ଏବଂ ତାଙ୍କ ପରିବାର ଲୋକେ ବାପିନ୍ଦ୍ରଙ୍କୁ ହତ୍ୟା କରିଥିବା ସେମାନଙ୍କର ସନ୍ଦେହ ହୋଇଥିଲା। ଏନେଇ ବାପିନ୍ଦ୍ରଙ୍କ ପିତା ପ୍ରମୋଦ ପ୍ରଧାନ ବାରକୋଟ ଥାନାରେ ଲିଖୀତ ଅଭିଯୋଗ କରିବାରୁ ପୁଲିସ ଏକ ହତ୍ୟା ମାମଲା ଋଜୁକରି ଘଟଣାର ତଦନ୍ତ ଚଳାଇଥିଲା। ଉକ୍ତ ଦିନ ବାପିନ୍ଦ୍ର ନିଶାଶକ୍ତ ଅବସ୍ଥାରେ ପ୍ରମୋଦଙ୍କ ଘର ଅଗଣାରେ ପଡିଯିବା ସହ ଅଶ୍ରାବ୍ୟ ଭାଷାରେ ପାଟିତୁଣ୍ଡ କରିଥିଲା। ପ୍ରମୋଦଙ୍କ ପରିବାର ଲୋକେ ସେହି ସ୍ଥାନ ଛାଡି ଚାଲିଯିବା ପାଇଁ ବାପିନ୍ଦ୍ରକୁ କରିବାରୁ ବାପିନ୍ଦ୍ର ସେମାନଙ୍କ କଥା ଶୁଣିନଥିଲା। ଫଳରେ ବାପିନ୍ଦ୍ର ସହ ପ୍ରମୋଦ ଓ ପ୍ରମୋଦଙ୍କ ମା’ ସୁବାସିନୀଙ୍କର ଯୁକ୍ତି ତର୍କ ହୋଇଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ପ୍ରମୋଦ, ପ୍ରମୋଦଙ୍କ ସ୍ତ୍ରୀ ଲକ୍ଷ୍ମୀ, ପ୍ରମୋଦଙ୍କ ମା’ ସୁବାସିନୀ ଓ ପ୍ରମୋଦଙ୍କ ଭଉନୀ ବାସନ୍ତି ବାପିନ୍ଦ୍ର ଉପରେ ଗରମ ପାଣି ଢାଳିବାସହ ନିସ୍ତୁକ ମାଡମାରି ହତ୍ୟା କରିଥିଲେ। ଏହାପରେ ପ୍ରମାଣ ନଷ୍ଟ ପାଇଁ ବାପିନ୍ଦ୍ରଙ୍କ କ୍ଷତାକ୍ତ ମୃତଦେହକୁ ବାଡିପଟେ(ପ୍ରମୋଦଙ୍କ ବାଡିପଟେ)ଫିଙ୍ଗି ଦେଇଥିବା ପୁଲିସ ତଦନ୍ତ ସମୟରେ ଜଣାପଡିଥିଲା।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories