ଜି.ଉଦୟଗିରି: ଗତ ୮ ତାରିଖରେ କନ୍ଧମାଳ ଜିଲା ରାଇକିଆ ଥାନା ଅନ୍ତର୍ଗତ ରଣବା ପଞ୍ଚାୟତର ଏରିକୁଟି ଗ୍ରାମରେ ଜମିକୁ ନେଇ ହୋଇଥିବା ବଚସାରେ ପୁତୁରା ବିପ୍ର ୪୦ ର କାଠ ଫାଳିଆ ମାଡରେ ଦାଦା ହରି ୫୦ ର ମୃତ୍ୟୁ ହୋଇଥିବାବେଳେ ଅଭିଯୁକ୍ତ ପୁତୁରା ବିପ୍ର ଫେରାର ଥିଲା। ହରିର ସମ୍ପର୍କୀୟା ଭାଇ ତ୍ରୀନାଥର ଏତଲାକୁ ଭିତିକରି ରାଇକିଆ ଥାନାରେ ୬୬/୨୧ ଦଫା ୩୦୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବିପ୍ରକୁ ସ୍ଥାନୀୟ ପୁଲିସ ଖୋଜୁଥିଲା। ଆଜି ବିପ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଜି.ଉଦୟଗିରି ଉପଖଣ୍ଡ ପୁଲିସ ଅଧିକାରୀ ଡ.ତିରୁପତି ରାଓ ପଟ୍ଟନାୟକ ସୂଚନା ଦେଇଛନ୍ତି। ମାତ୍ର ତିନି ଦିନ ମଧ୍ୟରେ ହତ୍ୟାକାରୀ ବିପ୍ରକୁ ପୋଲିସ ଗିରଫ କରିପାରିଥିବାରୁ ପୋଲିସକୁ ଜନସାଧାରଣ ପ୍ରଶଂସା କରିଛନ୍ତି।
Popular Categories



