www.samajalive.in
Friday, December 5, 2025
26.1 C
Bhubaneswar

ଶିଶୁବଳି ଯୋଜନା ପଣ୍ଡ; ତାନ୍ତ୍ରିକ ସମେତ ଦମ୍ପତି ଗିରଫ, ଅପହୃତ ଶିଶୁ ଉଦ୍ଧାର 

ଦେବଗଡ଼: ଦେବଦେବ ମହାଦେବଙ୍କ ଦର୍ଶନ ପାଇଁ ଶିଶୁ ବଳି ଯୋଜନା କରିବା ସହ ଜଣେ ଶିଶୁକୁ ଅପହରଣ କରିବା ଅଭିଯୋଗରେ ଦେବଗଡ ଆଦର୍ଶ ଥାନା ପୁଲିସ ଖଣ୍ଡାଧୂଆଁ ଗ୍ରାମର ଏକ ଦମ୍ପତି ଓ ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ରାଇପାଳ ଗ୍ରାମର ଜଣେ ତଥାକଥିତ ତାନ୍ତ୍ରିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାତ୍ର ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କିଛିମାସ ପୂର୍ବେ ଦେବଗଡ ଥାନା ଅନ୍ତର୍ଗତ ଖଣ୍ଡାଧୂଆଁ ଗ୍ରାମର ନିରଞ୍ଜନ ନାୟକଙ୍କ ସ୍ତ୍ରୀ ବନିତା ନାୟକଙ୍କୁ ସ୍ୱପ୍ନାଦେଶ ହୋଇଥିଲା ।

ସ୍ୱପ୍ନରେ ନିକଟସ୍ଥ ଗଳଖାଇର ଏକ ମହୁଲ ଗଛ ମୂଳରେ ପୂଜା କଲେ ସ୍ୱୟଂ ଦେବଦେବ ମହାଦେବ ପ୍ରକଟ ହେବେ । ଏହି ସ୍ୱପ୍ନାଦେଶ ପରେ ବନିତା ଓ ତାଙ୍କ ସ୍ୱାମୀ ନିରଞ୍ଜନ କଥିତ ମହୁଲ ଗଛ ମୂଳରେ ପୂଜାର୍ଚ୍ଚନା କରିବା ଆରମ୍ଭ କରିବାସହ ଗତ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଓ ଶନିବାର ଦିନ ସେଠାରେ ଫୁଲ, ବେଲପତ୍ର ଓ ସିନ୍ଦୁର ଆଦି ଅର୍ପଣ କରୁଥିଲେ । ଏହା ସତ୍ୱେ ସ୍ୱପ୍ନାଦେଶ ଅନୁଯାୟୀ ଦେବ ଦେବ ମହାଦେବ ପ୍ରକଟ ନହେବାରୁ ଉକ୍ତ ଦମ୍ପତି (ନିରଞ୍ଜନ ଓ ସ୍ତ୍ରୀ ବନିତା) ନିଜକୁ ତାନ୍ତ୍ରିକ ବୋଲାଇ ଲୋକଙ୍କୁ ଭୂଆଁ ବୁଲାଉଥିବା ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ରାଇପାଲ ଗ୍ରାମର ତ୍ରିନାଥ ବେହେରା ନାମକ  ଜଣେ ଠକର ଆଶ୍ରୟ ନେଇଥିଲେ ।

- Advertisement -

ଉକ୍ତ ମହୁଲ ଗଛମୂଳେ କୌଣସି ଶିଶୁକୁ ବଳି ଦେଲେ ସ୍ୱୟଂ ମହାଦେବ ଆବିର୍ଭାବ ହେବେ ବୋଲି ତଥାକଥିତ ତାନ୍ତ୍ରୀକ ତ୍ରିନାଥ ପରାମର୍ଶ ଦେବାରୁ ଏହାକୁ ସାକାର ରୂପ ଦେବାପାଇଁ  ଯୋଜନା ପ୍ରସ୍ତୁତ ହୋଇଥିଲା । ସେହିପରି ଏହି ଯୋଜନା ଅନୁଯାୟୀ ତଥାକଥିତ ତାନ୍ତ୍ରୀକ ତ୍ରିନାଥ, ନିରଞ୍ଜନ ଓ ବନିତାଙ୍କ ମିଳିତ ସହଯୋଗରେ ପୂଜାର୍ଚ୍ଚନା କରିଆସୁଥିବା ଉକ୍ତ ମହୁଲଗଛ ମୂଳେ ପ୍ରାୟ ୪ଫୁଟ ଗଭୀର ଓ ୩ ଫୁଟ ଓସାରର ଏକ ଗାଡ ଖୋଳାଯାଇଥିଲା । ଗତକାଲି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଖଣ୍ଡାଧୂଆଁ ଗ୍ରାମର ରାଜୁ ନାୟକଙ୍କ ସ୍ତ୍ରୀ ତାଙ୍କର ୬ ବର୍ଷର ଶିଶୁପୁତ୍ର ସହ ନିକଟସ୍ଥ ଏକ ନାଳକୁ ଯାଇଥିଲେ । ଶିଶୁ ପୁତ୍ରକୁ ରାସ୍ତାରେ ଠିଆ ହେବାକୁ କହି ସେ ନାଳକୁ ଯାଇଥିବା ବେଳେ ଶୌଚ ସାରି ଫେରିବା ବେଳକୁ ଶିଶୁ ପୁତ୍ରଟି ସେଠାରେ ନଥିବା ଦେଖିବାକୁ ପାଇଥିଲେ ।

ସେ ଏଣେ ତେଣେ ବହୁ ଖୋଜାଖୋଜି କିରଥିଲେ ହେଁ ଶିଶୁଟିର କୌଣସି ସନ୍ଧାନ ନମିଳିବାରୁ ନିରାଶ ହୋଇ ଚିତ୍କାର କରି ଲୋକଙ୍କର ସହାୟତା ଲୋଡିଥିଲେ । ଖଣ୍ଡାଧୂଆଁ ସମେତ ଆଖପାଖ ଗ୍ରାମର ବହୁ ଲୋକ ସେଠାରେ ରୁଣ୍ଡ ହୋଇ ଶିଶୁଟିକୁ ଖୋଜିବାକୁ ଯାଉ ଥିବାବେଳେ ଗଳଖାଇ ପଟୁ ଉକ୍ତ ଶିଶୁ ଜଣକ କାନ୍ଦି କାନ୍ଦି ଫେରୁଥିବା ଦେଖିବାକୁ ପାଇ ତାକୁ ଉଦ୍ଧାର କରିଥିଲେ । ଶିଶୁଟି ସବୁକଥା କହିବା ପରେ ଗ୍ରାମବାସୀ ମାନେ ଉକ୍ତ ଶିଶୁକୁ ଧରି ଉକ୍ତ ମହୁଲ ଗଛ ମୂଳକୁ ଯିବାସହ ସେଠାରେ ଏକ ମହୁଲ ଗଛ ମୂଳେ ଖେଳାଯାଇଥିବା ୪ଫୁଟ ଗଭୀରର ଏକ ଗାତ ଖୋଳାଯାଇଥିବା ଏବଂ ତହିଁରେ ଫୁଲ ଏବଂ ସିନ୍ଦୁର ଦେଇ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ପାଇ ହତବାକ ହୋଇଥିଲେ ।

ସେହିପରି ଶିଶୁ ବଳି ପାଇଁ ଉକ୍ତ ଗାତ ଖୋଳାଯାଇଥିବା ନିରଂଜନ, ବନିତା ଓ ତ୍ରିନାଥ ସେମାନଙ୍କ ସମ୍ମୁଖରେ ସ୍ୱୀକାର କରିବାରୁ ଗ୍ରାମବାସୀ ମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ଓ ସେମାନେ  ଉକ୍ତ ତିନିଜଣଙ୍କୁ  ଘେରାଉ କରି ଅଟକ ରଖିବା ସହ ଦେବଗଡ ଥାନା ପୁଲିସକୁ ସୂଚନା ଦେଇଥିଲେ । ଫଳରେ ପୁଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ତିନି ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିବା ବେଳେ ଘଟଣା ସମ୍ପର୍କରେ ସମ୍ପୃକ୍ତ ଅଂଚଳର ପ୍ରାୟ ୨୦ ଜଣ ଲିଖିତ ଏତଲା ଦେଇଥିଲେ । ଏତଲା ଆଧାରରେ ପୁଲିସ ଦଫା ୧୨୦( ବି) ଓ ୩୬୩ ଆଇପିସିରେ ଏକ ମାମଲା ଋଜୁକରି ସେମାନଙ୍କୁ ଗିରଫ କରିବା ସହ ଆକି କୋର୍ଟ ଚାଲାଣ କରିଛି ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories