www.samajalive.in
Saturday, December 6, 2025
23.1 C
Bhubaneswar

ଦେବଗଡ ପୌରାଞ୍ଚଳ ୨ ଦିନ ପାଇଁ ସଟ୍‌ଡାଉନ୍‌

ଦେବଗଡ :ଦେବଗଡ ପୌରାଞ୍ଚଳରେ କରୋନା ସଂକ୍ରମଣ ପ୍ରତିହତ କରିବା ନିମନ୍ତେ ଦେବଗଡ ଜିଲା ପ୍ରଶାସନ ପକ୍ଷରୁ ଦେବଗଡ ପୌରାଞ୍ଚଳକୁ ଆଗାମୀ ଶନିବାର ଓ ରବିବାର ୨ଦିନ ପାଇଁ ସଟ ଡାଉନ(ସମ୍ପୁର୍ଣ୍ଣ ଭାବେ ତାଲା ବନ୍ଦ)ଘୋଷଣା କରାଯାଇଛି। ଏହି ଘୋଷଣା ଆଗାମୀ ଶନିବାର ସକାଳ ୫ ଟାରୁ କାର୍ଯ୍ୟକାରୀ ହୋଇ ସୋମବାର ସକାଳ ୫ଟା ପଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲା ପ୍ରଶାସନ ସୂତ୍ରରୁ ଜଣାପଡିଛି।

ଏହି ତାଲା ବନ୍ଦ ଅବଧି ସମୟରେ କେବଳ ଔଷଧ ଦୋକାନ, ଡାକ୍ତରଖାନା ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦୋକାନ ଗୁଡିକ ଖୋଲାଯାଇପାରିବ। ଏହି ଅବଧି ମଧ୍ୟରେ ଡାକସେବା,ସ୍ୱାସ୍ଥ୍ୟ ଓ ପରିମଳ ସେବା,ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସେବା,ଟେଲିଫୋନ ସେବା, ଗ୍ୟାସ ଯୋଗାଣ ଓ ପୁଲିସ ସେବା ଇତ୍ୟାଦି ଚାଲୁରହିବ। ଏହି ଅବଧି ମଧ୍ୟରେ ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟାଙ୍‍କ ଗୁଡିକ ଖୋଲା ରହିବ। ମାତ୍ର ସର୍ବ ସାଧାରଣଙ୍କ ପାଇଁ କଟକଣା ରହିବ ଓ କର୍ମଚାରୀ ମାନେ ନିଜ ନିଜର ପରିଚୟ ପତ୍ର ଦେଖାଇ କାର୍ଯ୍ୟାଳୟ/ ବ୍ୟାଙ୍କ ମାନଙ୍କରେ ପ୍ରବେଶ କରିପାରିବେ। ଉପରୋକ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀ ସେବାକୁ ଛାଡି ଅନ୍ୟାନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ସର୍ବ ସାଧାରଣଙ୍କ ଯାତାୟତ, ଯାନବାହାନ ଚଳାଚଳ ପାଇଁ କଟକଣା ବଳବତ୍ତର ରହିବ। କେବଳ ଅନୁମତି ପ୍ରାପ୍ତ ଯାନ ବାହାନ ଓ ବ୍ୟକ୍ତି ବିଶେଷ ଏହି ସମୟ ମଧ୍ୟରେ ଚଳ ପ୍ରଚଳ କରିପାରିବେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories