www.samajalive.in
Sunday, December 14, 2025
26.1 C
Bhubaneswar

ପୁଅ ଚଳାଉଥିବା ଟ୍ରକ ଚାପାରେ ମାଆ ମୃତ

ପିପିଲି:ପୁଅ ଚଳାଉଥିବା ଟ୍ରକ ଚାପାରେ ମାଆଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି। ପିପିଲି ଥାନା ଅନନ୍ତପୁର ଗ୍ରାମର ବାଲିଉପରସାହିରେ ସୋମବାର ଅପରାହ୍ନରେ ଏଭଳି ଦୁଃଖଦ ଘଟଣା  ଘଟିଛି । ମୃତ ମହିଳା ଜଣକ ବାଲିଉପରସାହିର କମଳକାନ୍ତ ତରାଇଙ୍କ ପତ୍ନୀ ସଞ୍ଜୁକ୍ତା ତରାଇ(୫୩)।

ସୂଚନା ଅନୁଯାୟୀ, କମଳକାନ୍ତଙ୍କ ପୁଅ ପ୍ରଭାତ ଓରଫ କାଳିଆ ଜଣେ ଟ୍ରକ୍‌ ଡ୍ରାଇଭର । ସେ ସୋମବାର ଅପରାହ୍ନ ୩ଟା ୩୫ ମିନିଟ୍‌ ସମୟରେ ନିଜ ଘର ଆଗରେରେ ଏକ ଗୋଡି ବୋଝେଇ ଟ୍ରକ୍‌କୁ ପଛକୁ ନେଉଥିବା ବେଳେ ଏହି ଅଘଟଣ ଘଟିଛି। ତାଙ୍କ ମାଆ ସଞ୍ଜୁକ୍ତା ଟ୍ରକ୍‌ ପଛରେ ରାସ୍ତା ଉପରେ ଥିବା ବେଳେ ଟ୍ରକ୍‌ର ପଛଚକା ତାଙ୍କ ଉପରେ ଚଢି ଯାଇଥିଲା , ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ଠିକ୍‌ଭାବେ ଶୁଭୁ ନ ଥିବା କାରଣରୁ ଟ୍ରକପଛକୁ ଆସୁଥିବାର ଶବ୍ଦ ସେ ଶୁଣିପାରି ନ ଥିବା କୁହାଯାଉଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରି ଘଟଣାର ଅନୁସନ୍ଧାନ ଚଳାଇଥିବା ସୂଚନା ମିଳିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories