ପୋଖରୀରୁ ମୃତଦେହ ଜବତ, ହତ୍ୟା ସନ୍ଦେହ

ବୁର୍ଲା :  ବୁର୍ଲା ଥାନା ଅନ୍ତର୍ଗତ ଆମ୍ବସଢ଼ା କଣ୍ଟାପାଲି ଗାଁର ଏକ ପୋଖରୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ସ୍ଥାନୀୟଲୋକେ ଏହାଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତ ବ୍ୟକ୍ତିଙ୍କ ମୁହଁରେ କ୍ଷତ ଚିହ୍ନ ରହିଥିବା ଦେଖାଯାଇଛି  । ମୃତ୍ୟୁର କାରଣ ଜଣା ପଡି ନଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତାଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

Comments are closed.