www.samajalive.in
Saturday, December 6, 2025
19.1 C
Bhubaneswar

ଦୋକାନରେ ହରିଣ

୨୦୧୭ର ଏଇ ଘଟଣାଟି, କେବଳ ଟିଭିର କାର୍ଟୁନ୍ ଚରିତ୍ରରେ ନୁହେଁ, ବରଂ ବାସ୍ତବରେ ପଶୁପକ୍ଷୀ ଆଜିକାଲି ଦୋକାନରେ ପଶି ସପିଂ କରିବାକୁ ଆଗ୍ରହ ଦେଖାଇଲେଣି। ଖବର ସଂଲଗ୍ନ ଫଟୋକୁ ଦେଖିଲେ ପାଠକେ ଘଟଣାକୁ ବେଶ୍ ଅନୁମାନ କରିପାରିବେ। ଆମେରିକାର କଲରାଡୋ ରାଜ୍ୟର ହର୍ଷଟୁଥ୍‌ ସହରରେ ଥିବା ଆର୍.ଭି ପାର୍କ ପାଖରେ ଲାରି ଜୋନ୍ସଙ୍କ ଛୋଟ ଦୋକାନଟି ରହିଛି। ତାଙ୍କ ଦୋକାନରେ ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ସହ ଚଷମା, ପୋଷାକ, ଜୋତା ଆଦି ମିଳେ। ପାର୍କ ପାଖଆଖରେ ରହୁଥିବା ବାସିନ୍ଦା ଲାରିଙ୍କର ନିୟମିତ ଗ୍ରାହକ, ଜଙ୍ଗଲ ପାଖ ଏଇ ଛୋଟ ସହରଟିରେ ବେଳେବେଳେ ଦିନବେଳା ପ୍ରାଣୀଙ୍କ ଚଲାବୁଲା ଦେଖାଯାଏ। ସ୍ଥାନୀୟ ଲୋକ ଜୀବଜନ୍ତୁଙ୍କର ଚଳପ୍ରଚଳରେ ଏକରକମ ଅଭ୍ୟସ୍ତ କହିଲେ ଚଳେ। ଦିନକର କଥା, ଲାରି ଦୋକାନର ଗୋଟିଏ ପାଖରେ ସାମଗ୍ରୀ ସଜଡ଼ାସଜଡ଼ି କରିବାବେଳେ ଜାଣିପାରିଲେ କବାଟ ଖୋଲି କେହି ଜଣେ ଗ୍ରାହକ ଆସିଲେ। ତୁରନ୍ତ ଆରପାଖକୁ ବୁଲି ଆସି ଦେଖିବାବେଳକୁ ଗ୍ରାହକଜଣକ ଥିଲେ ହରିଣ। କିଛି ଦୂରରେ ରହି ଲାରି ହରିଣର ଗତିବିଧିକୁ ଲକ୍ଷ୍ୟ କଲେ, ସେ ନିଜ ହସ ଅଟକାଇପାରିଲେନି ଯେତେବେଳେ ଦେଖିଲେ ହରିଣଟି ସନ୍‌-ଗ୍ଲାସ୍ ଥାକକୁ ବାରମ୍ବାର ଲକ୍ଷ୍ୟ କରି ଦର୍ପଣକୁ ଚାହୁଁଛି। ହରିଣଟି ଦୋକାନର ପ୍ରତି କୋଣ ବୁଲିବା ପରେ ଲାରିଙ୍କ ସହ ଭେଟ ହୋଇଗଲା, ଦୁହେଁ କିଛି ସମୟ ପରସ୍ପରକୁ ନୀରବତାର ସହ ଚାହିଁିଲେ। ଏହା ପରେ ଲାରି ଆଦରରେ ହରିଣକୁ ୨-୩ଟି ବାଦାମ ବାର୍‌ ଖାଇବାକୁ ଦେଲେ, ହରିଣଟି ମନତୃପ୍ତ କରି ଖାଇଲା ମଧ୍ୟ। ଲାରି ଏଥରକ ହରିଣକୁ ଦୁଆର ପାଖ ପର୍ଯ୍ୟନ୍ତ ଆଡ଼େଇ ନେଇ ବିଦାୟ ଦେଲେ, ଏବେ ପୁଣି ଲାରି ଦୋକାନ କାମରେ ବ୍ୟସ୍ତ ରହିଲେ। ୩-୪ଘଣ୍ଟା ପରେ ଲାରି ଜଣେ ଗ୍ରାହକଙ୍କ ବିଲିଂ କରୁଥିବାବେଳେ ଅନ୍ୟ ଜଣେ ଗ୍ରାହକ ଆସିବା ସେ ଜାଣିପାରିଲେ। ଭିତର ପର୍ଯ୍ୟନ୍ତ ଗ୍ରାହକ ନ ଆସିବାରୁ ଲାରି ଉଠି ଆସି ଦେଖନ୍ତି ତ’ ସେଇ ହରିଣଟି ପୁଣି ଆସିଛି। ହେଲେ ଏଥରକ ସେ ଏକଲା ନୁହେଁ, ତା’ ସହ ଅନ୍ୟ ୩’ସାଥୀଙ୍କୁ ମଧ୍ୟ ସେଠାକୁ ନେଇଆସିଥିଲା। ଏମାନେ ପ୍ରାଣୀ ଜାତି ହେଲେ ସୁଦ୍ଧା, ଭଦ୍ରାମି, ଶିଷ୍ଟାଚର ଭଲଭାବେ ଜଣା। କାରଣ ପ୍ରଥମ ହରିଣଟି ଦୋକାନ ଭିତରେ ଛିଡ଼ା ହୋଇଥିବାବେଳେ ଅନ୍ୟ ୩ଜଣ ଦୁଆର ମୁହଁରେ ଅନୁମତି ପାଇଁ ଅପେକ୍ଷା କରିଥିଲେ। ଲାରି ଜାଣିପାରିଲେ, ଏ ସମସ୍ତେ ବାଦାମ ବାର୍‌ ଖାଇବାକୁ ଆସିଛନ୍ତି। ହରିଣଙ୍କୁ ଖୁସି କରିବାକୁ ସେ ଅଧିକ ବାଦାମ ବାର୍‌ ଆଣି ଖାଇବାକୁ ଦେଲେ, ସେମାନେ ମଧ୍ୟ ମନଖୁସିରେ ଖାଇ ପାଖ ଜଙ୍ଗଲକୁ ଫେରିଗଲେ। ପ୍ରାଣୀଜଗତର ଏଭଳି ସଂଯମ ଆଚରଣ ଆମ ମନୁଷ୍ୟଙ୍କୁ ଯଥା ଶିକ୍ଷା ଦେଇଛି। n

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories