www.samajalive.in
Friday, December 5, 2025
23.1 C
Bhubaneswar

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ: ଅତାବିରା ଥାନା ଗୋଡଭଗା ଫାଣ୍ଡି ଅନ୍ତର୍ଗତ କୁମେଲସିଂହା ଗ୍ରାମରେ ଏକ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଗ୍ରାମ ନିକଟ ପୋଟଳବାରିରୁ ଶୁକ୍ରବାର ଉଦ୍ଧାର ହୋଇଛି। ଖବର ପାଇ ଅତାବିରା ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ଓ ଗୋଡଭଗା ଫାଣ୍ଡି ଅଧିକାରୀ ଗଣେଶ ବାରିକ୍ ଘଟଣା ସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟ କେ. ରିଚୀ କୁମାରଙ୍କ ଉପସ୍ଥିତିରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଛନ୍ତି। ମୃତକ ମାନେ ହେଲେ କୁମେଲସିଂହା ଗ୍ରାମ ଶବର ପଡାର ହିମାଂଶୁ ଭୂଏ (୪୦) ଓ ବଗର୍ତ୍ତି ଟିକ୍ରାର ପିଙ୍କି ବଗର୍ତ୍ତୀ(୩୪)।

ଘଟଣାରୁ ପ୍ରକାଶ ଯେ, ଉଭୟ ପ୍ରେମୀ ଯୁଗଳ ବିବାହିତ ଥିଲେ । ଏହା ସତ୍ୱେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏ ସମ୍ପର୍କରେ ଉଭୟଙ୍କ ପରିବାର ଲୋକେ ଜାଣିପାରି ଏଥରୁ ନିବୃତ୍ତ ରହିବା ପାଇଁ ଅନେକ ଥର ଉଭୟଙ୍କୁ ମନା ମଧ୍ୟ କରିଆସୁଥିଲେ । ହେଲେ ସେମାନେ ପରିବାର ଲୋକଙ୍କ କଥାକୁ ଗୁରୁତ୍ୱ ନ ଦେଇ ସମ୍ପର୍କରେ ରଖି ଆସୁଥିଲେ । ଗତ ୨୭ ତାରିଖରୁ ସେମାନେ ନିଖୋଜ ଥିଲେ। ୩୧ ତାରିଖ ସକାଳେ ଏକ ଗଛରେ ଲୁଙ୍ଗି ଓ ଓଢଣୀ ଲଗାଇ ଝୁଲନ୍ତା ଅବସ୍ଥାରେ ଉଭୟଙ୍କୁ ଗ୍ରାମବାସୀ ଦେଖିବାକୁ ପାଇ ଗୋଡଭଗା ପୁଲିସକୁ ସୂଚନା ଦେଇଥିଲେ। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି। ମୃତ ହିମାଂଶୁର ୧୮ ଓ ୧୯ ବର୍ଷର ୨ଟି ପୁଅ ଓ ସ୍ତ୍ରୀ ରହିଥିବା ବେଳେ ମୃତ ପିଙ୍କିର ୧୫ ବର୍ଷ, ୧୨ ବର୍ଷ, ୬ ବର୍ଷର ୩ଟି ଝିଅ ଓ ଗୋଟିଏ ୪ ବର୍ଷର ପୁଅ ସହ ତାର ସ୍ୱାମୀ ରହିଛନ୍ତି।

Hot this week

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

‘ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ’- ଅପରାଧୀଙ୍କୁ ଦିଆଯାଇନି ରାଜନୈତିକ ସଂରକ୍ଷଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବ ସରକାରଙ୍କ ଅମଳରେ ଅପରାଧରେ ସମ୍ପୃକ୍ତ ରାଜନୈତିକ ବ୍ୟକ୍ତିଙ୍କୁ ସୁରକ୍ଷା...

Related Articles

Popular Categories