ପାରାଦୀପ: ମଙ୍ଗଳବାର ଦିନ କଳିଙ୍ଗ ବାଲିଯାତ୍ରା ପଡିଆ ନିକଟରେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ସମୁଦ୍ରରେ ବୁଡି ନିଖୋଜ ଥିବା ଛାତ୍ର ଅଂଶୁମାନ ଦାସଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଂଶୁମାନଙ୍କ ମୃତଦେହ ହନୁମାନ ମନ୍ଦିର ପଛପଟେ ସମୁଦ୍ରରେ ଭାସୁଥିବାର ଦେଖିବାକୁ ମିଳିଥିଲା। ମୃତଦେହ ମିଳିବା ପରେ ଶବ ବ୍ୟବଚ୍ଚେଦ ନିମନ୍ତେ ପଠାଯାଇଛି
ସୂଚନାଯୋଗ୍ୟ ଯେ, ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ସ୍ୱଚ୍ଛ ଭାରତ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ସମୁଦ୍ରରେ କେନ୍ଦ୍ରୀୟ ବିଦ୍ୟାଳୟର ୩ ଛାତ୍ର ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଥିଲେ। ପାରାଦୀପ ବେଳାଭୂମିରେ ସ୍ୱଚ୍ଛ ଭାରତ କାର୍ୟ୍ୟକ୍ରମ ବେଳେ ଏହି ଅଘଟଣ ଘଟିଥିଲା। ପାରାଦୀପ ପୌରପାଳିକା ପକ୍ଷରୁ ଏହି କାର୍ୟ୍ୟକ୍ରମ ଚାଲିଥିଲା।
ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
Popular Categories



