ସମୁଦ୍ରରେ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
ଡେସ୍କ : ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ସମୁଦ୍ରରେ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଆଜି ଗାଧୋଇବା ବେଳେ ୬ ଛାତ୍ରୀ ଭାସି ଯାଇଥିଲେ। ତେବେ ୪ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଅନ୍ୟ ୨ ଜଣ ବୁଡ଼ି ଯାଇଥିଲେ। ପ୍ରଥମେ କନିଷି ଅଂଚଳର ଛାତ୍ରୀ ସ୍ୱପ୍ନାରାଣୀ ପଣ୍ଡିତଙ୍କ ମୃତ ଉଦ୍ଧାର ହୋଇଥିଲା। ସେ ଯାତ୍ରା ଦେଖିବାକୁ ମାମୁଁ ଘରକୁ ଆସିଥିବାବେଳେ ସାଙ୍ଗମାନଙ୍କ ସହ ମିଶି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ତେବେ ଅନ୍ୟ ଜଣେ ଛାତ୍ରୀ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କୁ ଛାତ୍ରୀଙ୍କୁ ଉଦ୍ଧାର ପାଇଁ ଏୟାରକ୍ରାଫ୍ଟ ନିୟୋଜିତ ହୋଇଥିଲା। ସ୍ୱତନ୍ତ୍ର ରିଲିଫ କମିଶନର, ତଟରକ୍ଷୀ ବାହିନୀ ନିର୍ଦ୍ଦେଶକଙ୍କୁ ସହାୟତା ମାଗିବା ପରେ ଭୁବନେଶ୍ୱରରୁ ଏକ ଉଦ୍ଧାରକାରୀ ଏୟାରକ୍ରାଫ୍ଟ ଘଟଣାକୁ ସ୍ଥଳକୁ ଯାଇ ଖୋଜାଖୋଜି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଶେଷରେ ସନ୍ଧ୍ୟାରେ ପ୍ରଜ୍ଞାରାଣୀଙ୍କ ମୃତଦେହ ଉଦ୍ଧାର ହୋଇଛି।
Comments are closed.