www.samajalive.in
Thursday, December 11, 2025
16.1 C
Bhubaneswar

ପିତୃହନ୍ତା ପୁଅର ମୃତଦେହ ନଦୀରୁ ଉଦ୍ଧାର 

ନର୍ଲା: ନର୍ଲା ବ୍ଲକ କୁରୁମେଲ ପଞ୍ଚାୟତର କୁରୁମେଲ ଗାଁରେ ଗତ ମଙ୍ଗଳବାର ସଂଧ୍ୟା ୭ଟା ସମୟରେ ବାପା ନନ୍ଦକିଶୋର ନିଜ ଘରେ ଭୋଜନ କରୁଥିବା ବେଳେ ପୁଅ ପୁରୁଷୋତ୍ତମର ଟାଙ୍ଗିଆ ଚୋଟରେ ପ୍ରାଣ ହରାଇଥିଲେ। ଏହି ଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ଆଜି ହତ୍ୟାକାରୀ ନୃଶଂସ ପୁଅର ମୃତଦେହ ମିଳିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି ।

ନର୍ଲା ପୁଲିସର ସୂଚନାନୁଯାୟୀ, ଘଟଣା ଘଟାଇବା ପରେ ଅଭିଯୁକ୍ତ ପୁଅ ମଙ୍ଗଳବାର ରାତିରୁ ଫେରାର ଥିଲା । ହେଲେ ଆଜି ସକାଳ ୧୦ଟା ସମୟରେ ବୋରିଙ୍ଗପଦର ଗ୍ରାମର କିଛି ଲୋକ ନିକଟସ୍ଥ ପ୍ରେଞ୍ଚୋ ନଦୀକୁ ମାଛ ମାରିବାକୁ ଯାଇଥିବା ବେଳେ ନଦୀ ଭିତରେ ଏକ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ନର୍ଲା ପୁଲିସ, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ମୃତଦେହକୁ ପାଣିରୁ ଉଦ୍ଧାର କରିବା ପରେ ତାକୁ ଚିହ୍ନଟ କରିଥିଲେ । ପରିବାର ଲୋକେ ପହଞ୍ଚି ଏହା ଅଭିଯୁକ୍ତ ପୁରୁଷୋତ୍ତମର ମୃତଦେହ ବୋଲି ଚିହ୍ନଟ କରିଥିଲେ । ତେବେ ପୁରୁଷୋତ୍ତମର ମୃତ୍ୟୁ ସନ୍ଦେହ ଘେରରେ ରହିଛି । ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡିନଥିବା ବେଳେ ପୁଲିସ ଏହାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଅଭିଯୁକ୍ତ ପହଁରା ଜାଣିଥିବା ବେଳେ ସେ ପାଣିରେ ବୁଡି ମରିବା ସମ୍ଭବ ନୁହେଁ ବୋଲି ଲୋକେ କୁହାକୁହି ହେଉଛନ୍ତି। ମୃତଦେହ ପାଖପାଖି ୮ ଫୁଟ ଗଭୀର ଜଳରେ ଭାସୁଥିଲା। ସେଥିରୁ ସାମାନ୍ୟ ଦୁର୍ଗନ୍ଧ ବାହାରୁଥିବାରୁ ଘଟଣା ଘଟିବାର ଅନେକ ସମୟ ହୋଇ ସାରିଥିବା ସନ୍ଦେହ ହେଉଛି ।

- Advertisement -

ପୁଲିସ ମୃତଦେହକୁ ଜବତ କରି ମଦନପୁର ରାମପୁର ଡାକ୍ତରଖାନାକୁ ବ୍ୟଵଚ୍ଛେଦ ପାଇଁ ପଠାଇଛି । ବାପା ପୁଅ ମଧ୍ୟରେ ସାମାନ୍ୟ ବଚସା ଦୁଇଦିନ ଧରି ହୋଇଥିଲା ଓ ଅଭିଯୁକ୍ତ ନିଜ ବାପକୁ ହତ୍ୟାକରି ନିଜେ କିପରି ମରିଲା ? ଏହା ଷଡଯନ୍ତ୍ର ଜନିତ ହତ୍ୟା ନା ଆତ୍ମହତ୍ୟା ଏହାକୁ ନେଇ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି । ତେବେ ପୁଲିସର ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଲୋକେ ଆଶା କରୁଛନ୍ତି ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories