www.samajalive.in
Thursday, December 11, 2025
18.1 C
Bhubaneswar

ସଂସଦୀୟ ପ୍ରକ୍ରିୟା ଅନୁଯାୟୀ ଚୂଡାନ୍ତ ହେବ କୃଷି ଆଇନ ରଦ୍ଦ ତାରିଖ

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଙ୍ଗଳବାର କହିଛନ୍ତି ଯେ ସଂସଦରେ କୃଷି ଆଇନକୁ ରଦ୍ଦ କରିବାର ତାରିଖ ସଂସଦୀୟ ପ୍ରକ୍ରିୟା ଅନୁଯାୟୀ ଚୂଡାନ୍ତ କରାଯିବ। ଏ କ୍ଷେତ୍ରରେ କୃଷି ମନ୍ତ୍ରଣାଳୟ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ, ଏ ନେଇ କାର୍ଯ୍ୟ ଆରମ୍ଭ ହୋଇଥିବା ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି।

ନୂତନ କୃଷି ଆଇନ ପ୍ରତ୍ୟାହାର ପାଇଁ କେବେ ତାଲିକାଭୁକ୍ତ ହେବ ବୋଲି ପଚରାଯିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିସାରିଛନ୍ତି, ସଂସଦୀୟ ପ୍ରକ୍ରିୟା ଅନୁଯାୟୀ ଏହା ତାଲିକାଭୁକ୍ତ ହେବ। ସେ କହିଛନ୍ତି, କୃଷି ମନ୍ତ୍ରଣାଳୟ ହେଉଛି ନୋଡାଲ ମନ୍ତ୍ରଣାଳୟ, ସେମାନେ ଇତି ମଧ୍ୟରେ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି। ବିଜ୍ଞପ୍ତି ଆସିବା ପରେ ଏହାକୁ ସଂସଦରେ ଆଣିବାର ତାରିଖ ସ୍ଥିର କରିବୁ ବୋଲି ସେ କହିଛନ୍ତି। ନଭେମ୍ବର ୨୯ରୁ ଆରମ୍ଭ ହେବାକୁ ଥିବା ସଂସଦ ଅଧିବେଶନ ପୂର୍ବରୁ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ୍ କୃଷି ଆଇନ ରଦ୍ଦ କରିବାର ସମ୍ଭାବନା ରହିଛି। କ୍ୟାବିନେଟର ଅନୁମୋଦନ ପରେ ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ, ଲୋକସଭା ଏବଂ ରାଜ୍ୟସଭା ସଚିବାଳୟକୁ ପଠାଯିବ ଏବଂ ଏହା ପରେ ସଂସଦରେ ତାଲିକାଭୁକ୍ତ ହେବ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories