www.samajalive.in
Tuesday, December 9, 2025
15.1 C
Bhubaneswar

କରୋନା ପାଇଁ ଡଙ୍ଗା ଭସାଣ ମନା ; ଲୋକେ ପାଣି ଭର୍ତ୍ତି ଟବରେ ଭସାଇଲେ ଡଙ୍ଗା

ବେଗୁନିଆ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଧର୍ମମାସ କାର୍ତିକ ଶେଷ ହୋଇଛି । ଏହି ଉପଲକ୍ଷେ ଡଙ୍ଗା ଭସକ୍ଷଣର ଏକ ମାହାତ୍ମ୍ୟ ରହିଛି । ଏହିଦିନ ସାଧବ ପୁଅ ମାନେ ବିଦେଶକୁ ଯାତ୍ରା କରି ଦେଶକୁ ଧନ ଦୌଲତରେ ପରିପୂର୍ଣ୍ଣ କରି ଦେବାର ଗାଥା ମଧ୍ୟ ରହିଛି । ହେଲେ ଚଳିତ ବର୍ଷ ମହାମାରୀ କରୋନା ପାଇଁ ଏହି ପରମ୍ପରା ବେଗୁନିଆ ଅଂଚଳରେ ଫିକା ପଡିଛି ଡଙ୍ଗା ଭସା। କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ସରକାର ଏଥିରେ ରୋକ ଲଗାଇଛନ୍ତି । ଚଳିତ ବର୍ଷ ସବୁ ପୂଜା ପାର୍ବଣ ଫିକା ପଡିଥିବାବେଳେ କାର୍ତ୍ତିକ ମାସର ଶେଷ ମୁହୂର୍ତ୍ତରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଲୋକମାନେ ଡଙ୍ଗା ଭଷକ୍ଷଣରୁ ବିରତ ରହିଛନ୍ତି । ଚଳିତ ବର୍ଷ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ଉପରେ ମହାମାରୀ କରୋନାର ପ୍ରଭାବ ବେଶ ପରିଲକ୍ଷିତ ହୋଇଛି । ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ପାଳିତ ହେଉଥିବା ବେଳେ ଏଥର କରୋନା ପାଇଁ ସବୁ ଫିକା ପଡିଗଲା । ଗଣେଶ ପୂଜା ଠାରୁ ଆରମ୍ଭ କରି କାର୍ତ୍ତିକେଶ୍ୱର ପୂଜା ପର୍ଯ୍ୟନ୍ତ ସମସ୍ତ ପୂଜା ପାର୍ବଣରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ଏବେ ଧର୍ମମାସ କାର୍ତ୍ତିକର ଅନ୍ତିମ ଦିନରେ ଡଙ୍ଗା ଭସାଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର କୌଣସି ନଦୀପଠା କିମ୍ବା ପୁଷ୍କରିଣୀରେ ଡଙ୍ଗା ଭସାଣ ହୋଇପାରିବ ନାହିଁ ବୋଲି ଏସଆରସିଙ୍କ ପକ୍ଷରୁ କଟକଣା ଜାରି ହୋଇଛି । ତେଣୁ ଲୋକମାନେ ଘରେ ରଖିଥିବା ଟବରେ ପାଣି ଭର୍ତ୍ତି କରି ଡଙ୍ଗା ଭସାଉ ଥିବାର ଦେଖିବାକୁ ମିଳିଥିଲା । ଠିକ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଲୋକମାନେ ଛାଡଖାଇ ମନାଇଥାନ୍ତି । ଛାଡଖାଇ ବଜାରରେ ବ୍ୟବସାୟୀମାନେ ସମସ୍ତ ସାମଗ୍ରୀ ବହୁଦିନ ଆଗରୁ ମହଜୁଦ ରଖିଛନ୍ତି । ଏହିଦିନ ଆମିଷ ବଜାରରେ ଅଧିକ ବ୍ୟବସାୟ ହେବାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ସମସ୍ତ ଆମିଷ ଜିନିଷ ମହଜୁଦ ରଖିଛନ୍ତି । ବ୍ୟବସାୟୀମାନେ ଖାଉଟିମକ୍ଷନଙ୍କୁ ଠିକ ଜିନିଷ ନଦେଇ ଚଢା ଦରରେ ସବୁ ଜିନିଷ ବିକ୍ରି କରିବେ ବୋଲି ଆଶା ବାନ୍ଧି ବସିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories