www.samajalive.in
Sunday, December 14, 2025
23.1 C
Bhubaneswar

ବୁଦ୍ଧପୂର୍ଣ୍ଣିମାରେ ବୌଦ୍ଧ ଧର୍ମ ଗ୍ରହଣ କରିବେ ୩୦୦ ଗୁଜରାଟ ଦଳିତ

ଅହମଦାବାଦ : ଦଳିତ ବିରୋଧୀ ଅତ୍ୟାଚାର ବିରୋଧରେ ଗୁଜରାଟ ଉନା ତାଲୁକ୍‌ ଅଧୀନ ମୋଟା ସାମଧିୟା ଗ୍ରାମର ଦଳିତ ପରିବାର ରବିବାର ବୁଦ୍ଧପୂର୍ଣ୍ଣିମାରେ ବୌଦ୍ଧ ଧର୍ମ ଗ୍ରହଣ କରିବେ । ଏହାସହ ଆଖପାଖ ଅଞ୍ଚଳର ଦଳିତଙ୍କୁ ମିଶାଇ ୩୦୦ ଜଣ ବୌଦ୍ଧ ଧର୍ମ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି। ଏହି ସଂଖ୍ୟା ବୁଦ୍ଧପୂର୍ଣ୍ଣିମା ଦିନ ବଢିପାରେ ବୋଲି କୁହାଯାଇଛି । ବୌଦ୍ଧ ଧର୍ମ ଗ୍ରହଣ ନେଇ ୩୦୦ ଦଳିତଙ୍କ ସମ୍ମତିପତ୍ର ଜିଲା ପ୍ରଶାସନକୁ ଦିଆଯାଇଛି । ଏହି ଧର୍ମାନ୍ତୀକରଣ ଉତ୍ସବକୁ ପରିଚାଳନା ଓ ସଭାପତିତ୍ୱ କରିବା ପାଇଁ ପୋରବନ୍ଦରରୁ ଜଣେ ବୌଦ୍ଧ ଧମ୍ବାବଲମ୍ବୀ ସାଧୁଙ୍କୁ ଆମନ୍ତ୍ରଣ କରାଯାଇଛି । ଏହି ଧର୍ମାନ୍ତରଣ ସଭାରେ ଯୋଗଦେବାକୁ ସ୍ଥାନୀୟ ରାଜନେତା ଓ ସମାଜସେବୀଙ୍କୁ ବି ନିମନ୍ତ୍ରଣ କରାଯାଇଛି । ଏହି ଦଳିତଙ୍କ ମଧ୍ୟରୁ ଅନେକ ଗୋ ଚାଲଣ, ଗୋରୁ ଚମଡ଼ା ଉତାରିବା ଆଦି ବିଭିନ୍ନ ଘଟଣାକୁ ନେଇ ଉଚ୍ଚଜାତି ଲୋକଙ୍କ ଅତ୍ୟାଚାରର ଶିକାର ହୋଇଥିଲେ ବୋଲି ଦଳିତ ନେତା ଭାସରାମ ସାରଭାୟା ଏବଂ ରମେଶ ସାରଭାୟା ପ୍ରକାଶ କରିଛନ୍ତି । ଅତ୍ୟାଚାରରୁ ମୁକ୍ତି ପାଇଁ ସମ୍ବିଧାନ ପ୍ରଣେତା ଡ. ବିଆର ଆମ୍ବେଦକର ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ସେହିପରି ସେମାନେ ଡ. ବିଆର ଆମ୍ବେଦକରଙ୍କ ପଥ ଅନୁସରଣ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି । ବୌଦ୍ଧ ଧର୍ମରେ ଜାତିପ୍ରଥା ଓ ପାତର ଅନ୍ତର ନଥିବାରୁ ହିନ୍ଦୁ ଧର୍ମ ଛାଡି ବୌଦ୍ଧ ଧର୍ମ ଗ୍ରହଣ କରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories