www.samajalive.in
Thursday, December 11, 2025
15.1 C
Bhubaneswar

ଭୋଟ ଗଣତି ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ବ୍ଲକ ନିର୍ବାଚନ ଅଧିକାରୀଙ୍କୁ ଦାବି ପତ୍ର

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଏସପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ପ୍ରଶାସନ କର୍ତ୍ତବ୍ୟ ନିଷ୍ଠ ଭାବେ ନିଜର ଦାୟୀତ୍ୱ ତୁଲାଇଥିଲେ। କିନ୍ତୁ ଭୋଟ ବାକ୍ସ ଗଣତି କେନ୍ଦ୍ର(ଷ୍ଟ୍ରଙ୍ଗ ରୁମ)ରେ ପହଞ୍ଚିବା ଦିନଠୁ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ନିଦ ହଜିଯାଇଛି । ଦିନକୁ ଦିନ ବିଜେଡିର ଟାଣୁଆ ନେତାଙ୍କ ମୋହନା ଗସ୍ତ, ଷଢ଼ଯନ୍ତ୍ର ଓ ପ୍ରରୋଚନାରେ ପଡି ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛି। ଏପରିକି ବିଜେଡି ଯେପରି ହେଲେ କଳ, ବଳ ଓ କୌଶଳ ଖଟାଇ ବ୍ଳକର ଅଡବା, ମୋହନା, ଚନ୍ଦ୍ରଗିରି ୩ଟି ଜୋନକୁ ହାତେଇବା ପାଇଁ ପ୍ରୟାସ ଜାରି ରଖିଥିବା କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନା ପ୍ରଧାନ, ରାଜୀବ ମଳିକ, ଗୌରୀଶଙ୍କର ପ୍ରଧାନୀ ଓ ବିଜେପିର ସସ୍ମିତା ମଳିକ, ବିଶ୍ଵନାଥ ବିଷୋୟୀ ରତ୍ନ ଓ ବାସ୍ତି ମଳିକ ଅଭିଯୋଗ କରିଛନ୍ତି। ଗଣତି ଦିନ କିଛି ବିଜେଡିର ବିଶୃଙ୍ଖଳିତ କର୍ମୀମାନଙ୍କ ଦ୍ୱାରା ବଡ ଧରଣର ଅଶାନ୍ତି ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରହିଥିବା ମଧ୍ୟ ଅଭିଯୋଗ ହୋଇଛି।ତେଣୁ ଯେଭଳି ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କମିଶନରଙ୍କ ନୀତି ନିୟମ ପ୍ରକାରେ ଓ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ହେବ ଏବଂ ଏଜେଣ୍ଟମାନଙ୍କୁ ସୁରକ୍ଷା ଯୋଗାଇଦେବା ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦୁଇ ରାଜନୈତିକ ଦଳର ପ୍ରାର୍ଥୀ ଓ ସମର୍ଥକ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତପସ୍ଵିନୀ ହାଁସଦାଙ୍କୁ ପ୍ରଦାନ କରିଛନ୍ତି। ବିଜେପି ଓ କଂଗ୍ରେସ ଜିଲ୍ଲାପାଳ ଓ ଏସପିଙ୍କୁ ଏହି ଖବର ବିଷୟରେ ମଧ୍ୟ ଅବଗତ କରାଇ କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଓ ଏଜେଣ୍ଟମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories