www.samajalive.in
Saturday, December 6, 2025
19.1 C
Bhubaneswar

ଅତାବିରା ଜନସାଧାରଣଙ୍କ ସମସ୍ୟାକୁ ନେଇ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ରେଙ୍ଗାଲି କ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସିରେ ଦୀର୍ଘଦିନ ଧରି ଲାଗିରହିଛି ଜନସାଧାରଣଙ୍କ ବହୁବିଧ ସମସ୍ୟା । ଆଜି ବି ନାହିଁ ଯାତ୍ରୀ ବିଶ୍ରାମଗାର ବା ପ୍ରତିକ୍ଷାଳୟ । ଛାତ୍ର ଛାତ୍ରୀ ତଥା ଆବାଳ ବୃଦ୍ଧ ବନିତା କାହା ଦୋକାନ ଆଗରେ ତ ଆଉ କେତେବେଳେ କୋଉ ଉଠା ଦୋକାନୀଙ୍କ ଛତା ତଳେ ଛିଡ଼ା ହୋଇ ଘଣ୍ଟା ଘଣ୍ଟା ବସକୁ ଅପେକ୍ଷା କରିଥାନ୍ତି। ଏତେବଡ କରୋନା ମହାମାରୀ ସମୟରେ ସାମାଜିକ ଦୂରତା ପାଳନ କରିବା ଜରୁରୀ ହୋଇଥିଲେ ବି ଯାତ୍ରୀମାନେ ବାଧ୍ୟ ହେଉଛନ୍ତି ଭିଡ଼ ଭିତରେ ଛିଡ଼ା ହେବାକୁ । ଅପର ପକ୍ଷରେ ମହିଳାମାନଙ୍କ ଶୌଚାଳୟର ଅବ୍ୟବସ୍ଥା କଥା। ଏନ୍ଏସିରେ ସର୍ବ ସାଧାରଣ ଶୌଚାଳୟ ତିଆରି ହୋଇଛି ସତ, ହେଲେ ତାହା କୋଉ କାମରେ ଆସୁନାହିଁ। ଯଥା ପୂର୍ବମ ତଥା ପରମ୍ ପରି। କୋଉଠି ପାଣି ଆସୁନାହିଁ ତ ଆଉ କୋଉଠି ମଟର ଚୋରି ହୋଇ ଗଲାଣି ପୁଣି ଆଉ କୋଉଠି ଆଜି ଯାଏ ବାହାରେ ତାଲା ପଡ଼ି ଭିତର ଫମ୍ପା ହୋଇ ପଡ଼ିରହିଛି। ତେଣୁ ମହିଳାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାନୀୟ ଜଳ କଥା ନ କହିଲେ ଭଲ। ଏନଏସିରେ ମାତ୍ର ଗୋଟିଏ ସ୍ଥାନରେ ଏକ୍ୱା ଗାର୍ଡ ଲାଗିଛି ବସ୍ ଷ୍ଟାଣ୍ଡ ଛକରେ। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ସମୟରେ ପ୍ରତି ଗାଁ ଛକମାନଙ୍କରେ ଲୋକେ ଜଳ ଛତ୍ର କରୁଛନ୍ତି। ଏନ୍ଏସିରେ ପ୍ରତି ଛକ ମାନଙ୍କରେ ସ୍ଥାୟୀ ପାନୀୟ ଜଳର ବ୍ୟବସ୍ଥା କରାଯିବା କଥା ହେଲେ ଦୁଃଖର କଥା ଯେ ଏହି ସାମାନ୍ୟ ମୌଳିକ ସୁବିଧାରୁ ବି ଲୋକେ ଆଜି ବଞ୍ଚିତ ଏନ୍ଏସି ହେବାର ୮ବର୍ଷ ପରେ ବି।

ତେବେ ଜନସାଧାରଣଙ୍କ ଏହି ସବୁ ଅସୁବିଧାକୁ ପ୍ରଥମେ କର୍ମଜୀବୀ ସାମ୍ବାଦିକ ସଂଘର ଯୁଗ୍ମ ସମ୍ପାଦକ ନବୀନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଉପସ୍ଥାପନ କରାଯାଇଥିଲା। ଉକ୍ତ ସଭାରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆଜି ତୁରନ୍ତ ଏ ଦିଗରେ ବିହିତ ସୁବ୍ୟବସ୍ଥା କରିବା ପାଇଁ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ତ୍ରିପାଠୀଙ୍କ ଆହ୍ଵାନ କ୍ରମେ ସଂଘର ଯୁଗ୍ମ ସଂପାଦକ ନବୀନ ଦାଶଙ୍କ ନେତୃତ୍ୱରେ ଅତାବିରା ତହସିଲଦାର ଦୁର୍ୟ୍ୟୋଧନ ଭୋଇଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ୧୫ ଦିନ ଭିତରେ ଏହିସବୁ ସମସ୍ୟାର ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ସଂଘ ଧାରଣାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

- Advertisement -

ଏହି ଦାବିପତ୍ର ପ୍ରଦାନ ବେଳେ କର୍ମଜୀବୀ ସଂଘର ସାମ୍ବାଦିକ ଆକାଶ ମିଶ୍ର, କ୍ଷିରୋଜ ନାୟକ, ସ୍ଵଦିପ ଅଗ୍ରୱାଲ, ଗଣେଶ ସିଂ, ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ବସନ୍ତ ବାରିକ୍, ପଲଉ ମାଝୀ, ଶ୍ରୀମନ୍ତ ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories