www.samajalive.in
Sunday, December 7, 2025
14.1 C
Bhubaneswar

୮.୭ କୋଟି ଟପିଲା ଟିକାକରଣ : ବିଶ୍ୱର ଦ୍ରୁତତମ ଟିକା ପ୍ରଦାନକାରୀ ରାଷ୍ଟ୍ର ହେଲା ଭାରତ

ନୂଆଦିଲ୍ଲୀ :  ଦେଶରେ ମୋଟ ଟିକାକରଣ ୮.୭ କୋଟି ଅତିକ୍ରମ କରିଛି ଏବଂ ଗତ ୨୪ ଘଣ୍ଟାରେ ୩୩ ଲକ୍ଷରୁ ଅଧିକ ଡୋଜ ଟିକା ପ୍ରଦାନ କରି ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ରୁତତମ ଟିକା ପ୍ରଦାନକାରୀ ରାଷ୍ଟ୍ର ହୋଇପାରିଛି।
ଦେଶରେ ସୋମବାର ମୋଟ ଟିକା ଡୋଜ ପରିଚାଳନା ସଂଖ୍ୟା ୮.୭୦ କୋଟି ଅତିକ୍ରମ କରିଛି । ଆଜି ସକାଳ ୭ଟା ସୁଦ୍ଧା ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ଦେଶରେ ୧୩,୩୨,୧୩୦ ସେସନ ଜରିଆରେ ମୋଟ ୮,୭୦,୭୭,୪୭୪ ଟିକା ଡୋଜ ପରିଚାଳନା କରାଯାଇ ସାରିଲାଣି।

ଏଥିରେ ୮୯,୬୩,୭୨୪ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ନେଇଥିବା ବେଳେ ୫୩,୯୪,୯୧୩ ସ୍ୱାସ୍ଥ୍ୟ କର୍ମୀ ଟିକାର ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି । ସେହିଭଳି ୯୭,୩୬,୬୨୯ ଆଗଧାଡିର କାରୋନା ଯୋଦ୍ଧା ପ୍ରଥମ ଡୋଜ ନେଇଥିବା ବେଳେ ୪୩,୧୨,୮୨୬ ଆଗଧାଡିର କାରୋନା ଯୋଦ୍ଧା ଦ୍ୱିତୀୟ ଡୋଜ ନେଇସାରିଲେଣି । ୬୦ ବର୍ଷରୁ ଅଧିକ ବୟସର ୩,୫୩,୭୫,୯୫୩ ହିତାଧିକାରୀ ପ୍ରଥମ ଡୋଜ ଏବଂ ୧୦,୦୦,୭୮୭ ହିତାଧିକାରୀ ଦ୍ୱିତୀୟ ଡୋଜ ନେଇଥିବା ବେଳେ ୪୫ରୁ ୬୦ ବର୍ଷ ବୟସର ୨,୧୮,୬୦,୭୦୯ ହିତାଧିକାରୀ ପ୍ରଥମ ଓ ୪,୩୧,୯୩୩ ହିତାଧିକାରୀ ଦ୍ୱିତୀୟ ଡୋଜ ଗ୍ରହଣ କରିସାରିଲେଣି ।
ଟିକାକରଣ ଅଭିଯାନର ୮୧ତମ ଦିନ ଗତ କାଲି ସୁଦ୍ଧା ୩୩,୩୭,୬୦୧ ଟିକା ଡୋଜ ଦିଆଯାଇଛି । ତନ୍ମଧ୍ୟରୁ ୩୦,୦୮,୦୮୭ ହିତାଧିକାରୀ ୪୧,୩୯୬ ସେସନରେ ପ୍ରଥମ ଡୋଜ ନେଇଥିବା ବେଳେ ୩,୨୯,୫୧୪ ହିତାଧିକାରୀ ଟିକାର ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି ।

- Advertisement -

ଏଭଳି ଘଟଣାକ୍ରମେ କୋଭିଡ ଟିକାକରଣରେ ଆମେରିକାକୁ ଅତିକ୍ରମ କରି ଭାରତ ବିଶ୍ୱର ଦ୍ରୁତତମ ଟିକା ଡୋଜ ପ୍ରଦାନକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି । ଦିନକୁ ଭାରତରେ ହାରାହାରି ୩୦,୯୩,୮୬୧ ଟିକା ଡୋଜ ଦିଆଯାଉଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories