www.samajalive.in
Friday, December 12, 2025
16.1 C
Bhubaneswar

ଇନ୍ଦୋର ଗସ୍ତରେ କେନ୍ଦ୍ରମନ୍ତ୍ରୀ; ଇନ୍ଦୋରର ଚଇଥ୍ରାମ ଓ କବିତଖେଡ଼ିର ବାୟୋ ସିଏନଜି ପ୍ଲାଂଟ ପରିଦର୍ଶନ କଲେ ଧର୍ମେନ୍ଦ୍ର

ଇନ୍ଦୋର/ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ମଧ୍ୟପ୍ରଦେଶର ଇନ୍ଦୋର ସହର ଗସ୍ତ କରି ଏକ ବୈଠକରେ ଯୋଗଦେବା ସହ ଚଇଥ୍ରାମର ଦୈନିକ ୨୦ ଟନ କ୍ଷମତା ବିଶିଷ୍ଟ ବାୟୋ-ସିଏନଜି ପ୍ଲାଂଟ, କବିତଖେଡ଼ିର ଦୈନିକ ୧୫ ଟନ୍ କ୍ଷମତା ବିଶିଷ୍ଟ ବାୟୋ-ସିଏନଜି ପ୍ଲାଂଟ ଗସ୍ତ କରି ପ୍ଲାଂଟର ପରିଚାଳନା କାର୍ଯ୍ୟ ତଦାରଖ କରିଛନ୍ତି। ଏହାସହ ଦେବଗରୁଡ଼ିଆରେ ଥିବା ଦୈନିକ ୫୦୦ ଟନ୍‍ ବିଶିଷ୍ଟ ଶୁଖିଲା ବର୍ଜ୍ୟବସ୍ତୁ ପୃଥକକରଣ ସୁବିଧା ଅଂଚଳ ମଧ୍ୟ ପରିଦର୍ଶନ କରିଛନ୍ତି ଶ୍ରୀ ପ୍ରଧାନ।
ଏହି ସବୁ ପ୍ଲାଂଟ ପରିଦର୍ଶନ ପରେ ସେ କହିଛନ୍ତି ଯେ, ଚୋଇଥ୍ରାମ ବାୟୋ ମିଥାନେସନ ପ୍ଲାଂଟରୁ ଆଖପାଖ ପରିବା ବଜାରରୁ ସଂଗ୍ରହିତ ଓଦା ବର୍ଜ୍ୟବସ୍ତୁ ବ୍ୟବହାର କରାଯାଇ ଦୈନିକ ୭୦୦ କିଲୋଗ୍ରାମ ବାୟୋ –ସିଏନଜି ଉତ୍ପାଦନ କରାଯାଇଥାଏ। ସେହିପରି ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଇନ୍ଦୋର ମହାନିଗର ନିଗମ(ଆଇଏମସି), ଇଣ୍ଡିଆନ ଅଏଲର ଅଫିସର ଏବଂ ପେଟ୍ରୋଲିୟମ ଏବଂ ଗ୍ୟାସ ଶିଳ୍ପର ଅନେକ ଅଂଶୀଦାରଙ୍କ ସହ ମିଳିତ ଭାବରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଲୋକଙ୍କ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ସ୍ୱଚ୍ଛ ପରିବେଶକୁ ନିଶ୍ଚିତ କରିବାରେ ବର୍ଜ୍ୟବସ୍ତୁ ପୃଥକକରଣ ଏବଂ ପରିଚାଳନାରେ ଆଇଏମସିର ଉଦ୍ୟମ ଉପରେ ଅନ୍ତର୍ନିହିତ ଆଲୋଚନା ହୋଇଥିଲା। ଉଲ୍ଲେଖନୀୟ ଯେ ଏହି ବୈଠକରେ ଇନ୍ଦୋର ମ୍ୟୁନିସିପାଲିଟି କର୍ପୋରେସନ୍‍ ଦ୍ୱାରା ବର୍ଜ୍ୟବସ୍ତୁରୁ ଉର୍ଜା ପ୍ଲାଂଟ ପ୍ରତିଷ୍ଠା ଉପରେ ଏକ ପ୍ରେଜେନଟେଂସନ ପ୍ରସ୍ତୁତ ହୋଇଥିଲା। ଏହି ଅବସରରେ ସେ କହିଛନ୍ତି ଯେ ଇନ୍ଦୋର ମହାନିଗର ନିଗମ ବା ଆଇଏମସି ପକ୍ଷରୁ ସହରରେ ପ୍ରତିଦିନ ଅଳିଆ ଆବର୍ଜନାକୁ ହଟାଯାଇ ଶତପ୍ରତିଶତ ଘରୋଇ ବର୍ଜ୍ୟବସ୍ତୁକୁ ପୃଥକ କରାଯାଇପାରିଛି। ଏହି ବର୍ଜ୍ୟବସ୍ତୁକୁ କମ୍ପୋଷ୍ଟ ଏବଂ ଇନ୍ଧନ ଭଳି ବ୍ୟବହାର ଯୋଗ୍ୟ ଉତ୍ପାଦରେ ପରିଣତ କରାଯାଉଛି। ଭାରତ ସରକାରଙ୍କ ସତତ୍‍ କାର୍ଯ୍ୟକ୍ରମ ଅଧୀନରେ ନିଆଯାଉଥିବା ଏହି ସବୁଜ ପଦକ୍ଷେପ ଗୁଡ଼ିକ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ସହ ଲୋକଙ୍କ ସ୍ୱାସ୍ଥ୍ୟ ସୁବିଧାରେ ମଧ୍ୟ ସହାୟକ ହେବ। ଏହା ବ୍ୟତିତ ବର୍ଜ୍ୟୁବସ୍ତୁରୁ ଅର୍ଥ ଉତ୍ପାଦନ କରାଯିବା ସହ ଗ୍ରାମାଚଂଳ ଏବଂ ସହରାଚଂଳରେ ରୋଜଗାର ସୃଷ୍ଟି ହେବ ଓ ମହିଳା
ମାନଙ୍କୁ ମଧ୍ୟ ସଶକ୍ତ କରିବା ଦିଗରେ ଏହି ପଦକ୍ଷେପ ବଡ ଭୂମିକା ଗ୍ରହଣ କରିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories