ଯାହା ଲାଗୁଛି ବାତ୍ୟା ହୋଇପାରେ, ୨୩ରୁ ୨୫ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା-ଏସଆରସି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ଦେଓରଞ୍ଜନ କୁମାର ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଛି। ଯାହା ଲାଗୁଛି ବାତ୍ୟା ହୋଇପାରେ। ୧୨ ଘଣ୍ଟାରେ ଲଘୁଚାପରେ ପରିଣତ ହେବ ଘୁର୍ଣ୍ଣିବଳୟ। ଲଘୁଚାପ ଅବପାତ ହେବା ପରେ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ମୁହାଁ ହେବ। ଅବପାତ ବାତ୍ୟାରେ ପରିଣତ ହୋଇପାରେ। ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛୁ।

prayash

୨୩ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ପୁରୀ, ଗଞ୍ଜାମ, ଜଗତସିଂହପୁରରେ ଅଧିକ ପ୍ରଭାବ ରହିବ। ଉପକୁଳ ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୨୩ରୁ ୨୫ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ପୁରୀ, ଗଞ୍ଜାମ, ଜଗତସିଂହପୁରରେ ଅତି ପ୍ରବଳ ବର୍ଷା ହେବ। ସେହିପରି କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଭଦ୍ରକ, ଗଜପତି ଓ କନ୍ଧମାଳରେ ପ୍ରବଳ ବର୍ଷା ହେବ। ସମ୍ଭାବ୍ୟ ବାତ୍ୟା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ଭିତରେ ରହିଛନ୍ତି ସେମାନେ ତୁରନ୍ତ ଫେରି ଆସିବାକୁ କୁହାଯାଇଛି ବୋଲି ଏସଆରସି ଦେଓରଞ୍ଜନ କୁମାର ସିଂହ କହିଛନ୍ତି।

kalyan agarbati

Comments are closed.