www.samajalive.in
Friday, December 12, 2025
23.1 C
Bhubaneswar

ଭୟଙ୍କର ହେଲା ସାମୁଦ୍ରିକ ଝଡ଼ ‘ଫନି’: ହାଇ ଆଲର୍ଟ ଜାରି

ଦିଲ୍ଲୀ/ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ କ୍ରମଶଃ ତୀବ୍ରତା ହେବାରେ ଲାଗିଛି ଏବଂ ଭୟଙ୍କର ରୂପ ଗ୍ରହଣ କରିଛି। ଏହା ଗତିପଥ ପରିବର୍ତ୍ତନ କରିବା ସହ ଧୀରେ ଧୀରେ ଓଡିଶା ଉପକୂଳ ମୁହଁ ହେଉଛି। ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସକାଳ ସୁଦ୍ଧା ‘ଫନି’ ଅତ୍ୟନ୍ତ ଭୟଙ୍କର ରୂପ ଗ୍ରହଣ କରିବ ଏବଂ ଏବେ ଏହା ପୁରୀ ଠାରୁ ୮୦୦ କିଲୋମିଟର ଦୂରରେ ରହିଛି। ଏବେ ଘଣ୍ଟା ପ୍ରତି ୨୨ କିଲୋମିଟର ବେଗରେ ଗତି କରୁଛି।

ପାଣିପାଗ କାର୍ଯ୍ୟାଳୟ କହିଛି ଯେ ବୁଧବାର ସୁଦ୍ଧା ସାମୁଦ୍ରିକ ଝଡ ‘ଫନି’ ଅତ୍ୟନ୍ତ ଭୟଙ୍କର ବାତ୍ୟାର ରୂପାନ୍ତରିତ ହେବ। ପରିସ୍ଥିତିର ମୁକାବିଲା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ) ଏବଂ ତଟ ରକ୍ଷୀ ବାହିନୀକୁ ସଜାଗ ରଖାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

- Advertisement -

ଇତି ମଧ୍ୟରେ ପୂର୍ବ ନୌସେନା କମାଣ୍ଡ ଆବଶକୀୟ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ବିଶାଖାପାଟଣା ଏବଂ ଚେନ୍ନାଇରେ ନୌସେନା ଜାହାଜ ପ୍ରସ୍ତୁତ ରହିଛି ଏବଂ ସେଗୁଡିକୁ ରିଲିଫ, ଉଦ୍ଧାର ଓ ଚିକିତ୍ସା ସାମଗ୍ରୀ ନେବା ଆଣିବା ଭଳି କାର୍ଯ୍ୟ କରିବ। ଅନ୍ୟ ପକ୍ଷରେ ସେହି ନୌସେନା ଜାହାଜରେ ଅଧିକ ସଂଖ୍ୟାରେ ବୁଡାଳି, ଡାକ୍ତର, ରବର ଡଙ୍ଗା, ଖାଦ୍ୟ ସାମଗ୍ରୀ, ତମ୍ବୁ, କପଡା, ଔଷଧ ଓ କମ୍ବଳ ଆଦି ପର୍ଯ୍ୟାପ୍ତ ପରିମାଣର ରଖାଯାଇଛି। ସେହିପରି ତାମିଲନାଡୁର ଆରାକୋନମରେ ଆଇଏନଏସ ରାଜାଳି ଏବଂ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାରେ ଆଇଏନଏସ ଡାଗାକୁ ପ୍ରସ୍ତୁତ ରଖାଯାଇଛି। ଏହି ବିମାନଗୁଡିକୁ ଦୁର୍ଗମ ସ୍ଥାନକୁ ଯିବା, ଉଦ୍ଧାର କାର୍ଯ୍ୟ, ଆହତମାନଙ୍କୁ ସ୍ଥାନାନ୍ତରଣ କରିବା ଏବଂ ଅପହଞ୍ଚ ଅଞ୍ଚଳରେ ରିଲିଫ ସାମଗ୍ରୀ ପହଞ୍ଚେଇବା ଭଳି କାର୍ଯ୍ୟ କରିବ। ପୂର୍ବ ନୌସେନା କମାଣ୍ଡ ବଙ୍ଗୋପସାଗରରେ ସୃଷ୍ଟ ଏହି ସାମୁଦ୍ରିକ ଝଡ଼ ଫନୀର ଗତିବିଧି ଉପରେ ସତର୍କ ଦୃଷ୍ଟି ରଖିଛି ଏବଂ ତାମିଲନାଡୁ, ପୁଡୁଚେରୀ, ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରେ ଅବସ୍ଥାପିତ ନୌସେନା ଅଧିକାରୀମାନେ ଲଗାତାର ସମ୍ପର୍କରେ ରହିଛନ୍ତି।

ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ) ତରଫରୁ ଜନସାଧାରଣଙ୍କ ପାଇଁ ପରାମର୍ଶବଳି ଜାରି କରାଯାଇଛି।
– ଗୁଜବ ଶୁଣନ୍ତୁ ନାହିଁ ଏବଂ ବାତ୍ୟା ସମୟରେ ଭୟଭୀତ ନ ହୋଇ ଶାନ୍ତ ରୁହନ୍ତୁ
– ମୋବାଇଲ ଫୋନ ଚାର୍ଜ କରିଦିଅନ୍ତୁ ଏବଂ ଆବଶ୍ୟକ ସ୍ଥଳେ ମେସେଜ ମାଧ୍ୟମରେ ଖବର ସଂଗ୍ରହ କରନ୍ତୁ
– ପାଣିପାଗ ସମ୍ପର୍କିତ ଖବର ପାଇଁ ରେଡ଼ିଓ ଶୁଣନ୍ତୁ, ଟିଭି ଦେଖନ୍ତୁ, ସମ୍ବାଦପତ୍ର ପଢନ୍ତୁ
– ନିରାପତ୍ତା ପାଇଁ ପୂର୍ବରୁ ଜରୁରୀକାଳୀନ କିଟ ପ୍ରସ୍ତୁତ କରି ରଖନ୍ତୁ
– ଛୁରୀ ଓ ବ୍ଲେଡ ଭଳି କୌଣସି ଧାରୁଆ ସାମଗ୍ରୀ ଖୋଲାରେ ରଖନ୍ତୁ ନାହିଁ
– ନିରାପଦ ଦୃଷ୍ଟିରୁ ସମସ୍ତ ଗୃହ ପାଳିତ ପଶୁମାନଙ୍କୁ ଏକତ୍ର ଗୋଟିଏ ସ୍ଥାନରେ ରଖନ୍ତୁ

ବାତ୍ୟା ସମୟରେ ଓ ପରେ କଣ କରିବା ଉଚିତ –
– ଘରର ସମସ୍ତ ଇଲେକ୍ଟ୍ରିକ ସୁଇଚ ଅଫ କରିବେ
– ବିଶୋଧିତ ସିଝା ପାଣି ପିଇବେ
– ବାତ୍ୟା ସମୟରେ ଓ ବାତ୍ୟା ପରେ ପ୍ରଥମେ ଘରର ଅବସ୍ଥା ଯାଞ୍ଚ କରିବେ ଓ ତା ପରେ ଭିତରକୁ ପ୍ରବେଶ କରିବେ

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories