www.samajalive.in
Monday, December 8, 2025
24.1 C
Bhubaneswar

ଶ୍ରୀଲଙ୍କାରେ ବାତ୍ୟା ‘ଡିଟୱା’​‌ର ତାଣ୍ଡବ: ୫୬ ମୃତ, ୨୩ ନିଖୋଜ

କଲମ୍ବୋ: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଡିଟୱା’ ଶୁକ୍ରବାର ଶ୍ରୀଲଙ୍କାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବାତ୍ୟାର ପ୍ରଭାବରେ ୫୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୩ଜଣ ନିଖୋଜ ହୋଇଯାଇଛନ୍ତି। ବାତ୍ୟା ଜନିତ ବର୍ଷା ଯୋଗୁଁ ବନ୍ୟା ଦେଖାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ୪୪ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ରିଲିଫ ଶିବିରରେ ରଖାଯାଇଛି। ଜିଲା ପରିଚାଳନା କେନ୍ଦ୍ର (ଡିଏମସି)ର କହିବା ଅନୁଯାୟୀ ଗୁରୁବାର ରାତିରେ ୩୦୦ ମିମି ବର୍ଷା ହୋଇଛି। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ମାଟି ଅତଡା ଧସିବାରୁ ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଛି। ବାତ୍ୟା ଯୋଗୁଁ ଅନେକ ସ୍ଥାନରେ ବିଦ୍ୟୁତ୍ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଲାଗି ଶ୍ରୀଲଙ୍କା ସରକାର ସେନାକୁ ନିୟୋଜିତ କରିଛନ୍ତି। ଶ୍ରୀଲଙ୍କାରେ ବାତ୍ୟା ‘ଡିଟୱା’ ଜନିତ ହୋଇଥିବା ମୃତ୍ୟୁ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ଭାରତ ସରକାରଙ୍କ ପକ୍ଷରୁ ଶ୍ରୀଲଙ୍କାକୁ ରିଲିଫ୍ ପଠାଯାଇଛି। ଅପରେସନ ‘ସାଗର ବନ୍ଧୁ’ ନାମରେ ଆଇଏନଏସ୍ ବିକ୍ରାନ୍ତ ଓ ଆଇଏନଏସ୍‌ ଉଦୟଗିରି ମାଧ୍ୟମରେ ଭାରତ ରିଲିଫ୍ ପଠାଇଛି। ଆବଶ୍ୟକ ସ୍ଥଳେ ଅଧିକ ରିଲିଫ୍ ପଠାଯିବ ବୋଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି।

- Advertisement -

ବାତ୍ୟା ‘ଡିଟୱା’ ଶ୍ରୀଲଙ୍କାରେ ତାଣ୍ଡବ ରଚିବା ପରେ ଏହା ଏବେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଅଗ୍ରସର ହୋଇଛି। ରବିବାର ଏହା ତାମିଲନାଡୁ ଉପକୂଳ ଛୁଇଁବ। ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ତାମିଲନାଡୁର ବିଭିନ୍ନ ଜିଲାକୁ ରେଡ୍‌ ଓ ୟେଲୋ ଆଲର୍ଟ ଜାରି କରିଛି। ର‌ାଜ୍ୟର ୧୬ଟି ଜିଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ଆଇଏମଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଶନିବାର ସକାଳୁ ତାମିଲନାଡୁରେ ବାତ୍ୟାର ପ୍ରକୋପ ଅନୁଭୂତ ହେବ। ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବା ସହିତ ବର୍ଷା ହେବ। ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଏନଡିଆରଏଫ୍‌ ଦଳକୁ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହା ସହିତ ଡିଏମ୍‌କେ କ୍ୟାଡରମାନଙ୍କୁ ସହାୟତା ଲାଗି ପ୍ରସ୍ତୁତ ରହିବାକୁ କହିଛନ୍ତି। ବାତ୍ୟା ଯୋଗୁଁ ଶ୍ରୀଲଙ୍କା ଓ ତାମିଲନାଡୁ ମଧ୍ୟରେ ବିମାନ ଚଳାଚଳକୁ ବାତିଲ କରାଯାଇଛି। ଏହା ସହିତ ଅନ୍ୟ କେତେକ ସ୍ଥାନରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବତ୍ୟା ପାଇଁ ଉଭୟ ତାମିଲନାଡୁ ଓ ପୁଡୁଚେରୀରେ ସମସ୍ତ ସ୍କୁଲ ଓ କଲେଜକୁ ଶନିବାର ପାଇଁ ଛୁଟି ଘୋଷଣା କରାଯାଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories