www.samajalive.in
Monday, December 8, 2025
24.1 C
Bhubaneswar

ଆହୁରି ୬ ଘଣ୍ଟା ରହିବ ଅମ୍ପନର ତାଣ୍ଡବଲୀଳା

ସମାଜ ପୋର୍ଟାଲ ଡେସ୍କ: ସାମୁଦ୍ରିକ ବାତ୍ୟା ଅମ୍ପନ ଏବେ ପାରାଦୀପ ଠାରୁ ୧୫୫ କିଲୋମିଟର, ପଶ୍ଚିମବଙ୍ଗ ଦିଗା ଠାରୁ ୨୮୦ କିଲୋମିଟର ଏବଂ ବାଂଲାଦେଶ ଖେପୁପଡାଠାରୁ ୪୨୫ କିଲୋମିଟର ଦୂରରେ ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ସ୍ଥଳ ଭାଗ ଆଡକୁ ଗତି କରୁଛି। ଏହି ବାତ୍ୟାର ଗତିକୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ପାରାଦୀପ ଏବଂ ଗୋପାଳପୁରରେ ଥିବା ଡୋପଲର୍ ପାଣିପାଗ ରାଡାର୍ ଦ୍ୱାରା କ୍ରମାଗତ ଭାବରେ ଟ୍ରାକିଂ କରାଯାଉଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲାରେ ପ୍ରବଳ ବର୍ଷା ହେଉଛି। ବିଶେଷ ଭାବରେ ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାରେ ଗତ ରାତିରୁ ପ୍ରବଳ ବର୍ଷା ହେଉଛି।

ଏହା ଉତ୍ତର-ଉତ୍ତର-ପୂର୍ବକୁ ଗତି କରି ପଶ୍ଚିମବଙ୍ଗ – ବାଂଲାଦେଶ ଉପକୂଳ ଦେଇ ପଶ୍ଚିମବଙ୍ଗ ଦିଗା ଏବଂ ବାଂଲାଦେଶ ହାତିଆ ଦ୍ୱୀପପୁଞ୍ଜ ମଧ୍ୟରେ ସୁନ୍ଦରବନ ମଧ୍ୟ ଦେଇ ଆଜି ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଅତିକ୍ରମ କରିବ। ସେତେବେଳକୁ ଏହାର ସର୍ବାଧିକ ବେଗ ୧୫୫ରୁ ୧୬୫ କିଲୋମିଟର ବେଗରେ ଗତି କରି ୧୮୫ କିଲୋମିଟର ପର୍ଯ୍ୟନ୍ତ ବେଗ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

- Advertisement -

ଏହି ସମୟ ମଧ୍ୟରେ ପାରାଦୀପରେ ଘଂଟାପ୍ରତି ପବନର ବେଗ ୯୬ କିଲୋମିଟର, ଚାନ୍ଦବାଲିରେ ୬୫, ଭୁବନେଶ୍ୱରରେ୪୧, ବାଲେଶ୍ୱରରେ ୪୧, ପୁରୀରେ ୩୯ ଏବଂ ଗୋପାଳପୁରରେ ଘଂଟାପ୍ରତି ପବନର ବେଗ ୩୦ କିଲୋମିଟର ରହିବ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories