www.samajalive.in
Saturday, December 6, 2025
26.1 C
Bhubaneswar

ଅଲିମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ ଫ୍ରାନ୍ସ ରେଳ ନେଟଓ୍ବର୍କରେ ସାଇବର ଆକ୍ରମଣ, ଉଦଘାଟନୀ ସମାରୋହକୁ ଆସିପାରୁ ନାହାନ୍ତି ଯାତ୍ରୀ

ସମାଜ ଡିଜିଟାଲ ଡେସ୍କ: ଫ୍ରାନ୍ସର ରାଜଧାନୀ ପ୍ୟାରିସଠାରେ ଅଲିମ୍ପିକ୍ସ କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ଏଥିରେ ବାଧାଦେବାକୁ ଆରମ୍ଭ ହୋଇଛି ଉଦ୍ୟମ। ଫ୍ରାନ୍ସର ଦ୍ରୁତଗାମୀ ରେଳ ନେଟଓ୍ବର୍କ ଉପରେ ହୋଇଛି ସାଇବର ଆକ୍ରମଣ। ଯେଉଁଥିପାଇଁ ଦେଶରେ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସହରରୁ ଅଲିମ୍ପିକ୍ସ କ୍ରୀଡ଼ାର ଉଦଘାଟନ ସମାରୋହ ଦେଖିବାକୁ ଯାତ୍ରୀମାନେ ପ୍ୟାରିସ ଆସିବା ଲାଗି ଷ୍ଟେସନଗୁଡ଼ିକରେ ଅଟକି ରହିଛନ୍ତି। ପୂର୍ବରୁ ଅଲିମ୍ପିକ୍ସରେ ରକ୍ତପାତ ହେବା ନେଇ ହମାସ ଆତଙ୍କବାଦୀ ସଂଗଠନ ପକ୍ଷରୁ ଧମକ ଦିଆଯାଇଥିବାବେଳେ ଉଦଘାଟନୀ ସମାରୋହ ଦିନ ରେଳ ନେଟଓ୍ବର୍କ ବାଧାପ୍ରାପ୍ତ ହେବା ଆୟୋଜକଙ୍କୁ ଅଡୁଆରେ ପକାଇଛି।

ଫ୍ରାନ୍ସର ଜାତୀୟ ରେଳ ପରିଚାଳକ କହିଛନ୍ତି ଯେ, କୌଣସି ପ୍ରକାର ମାଲିସିଅସ ଆକ୍ଟ ଯୋଗୁ ରେଳ ନେଟଓ୍ବର୍କ ବାଧାପ୍ରାପ୍ତ ହୋଇଛି। କେବଳ ଘରୋଇ ଟ୍ରେନ ନୁହେଁ, ପଡ଼ୋଶୀ ବେଲଜିୟମ ଏବଂ ଲଣ୍ଡନରୁ ଚ୍ୟାନେଲ ଟନେଲ ଦେଇ ଆସିବାକୁ ଥିବା ଟ୍ରେନ ବି ବାଧାପ୍ରାପ୍ତ ହୋଇଛି। ସରକାରଙ୍କ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଫ୍ରାନ୍ସର ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ ଏବଂ ପୂର୍ବାଞ୍ଚଳରେ ରେଳ ସେବା ଅଧିକ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସହରରେ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ କରାଯାଉଥିବାବେଳେ ରେଳ ନେଟଓ୍ବର୍କ ପ୍ରଭାବିତ ହେବା ସରକାର ଏବଂ ଆୟୋଜକଙ୍କୁ ଚିନ୍ତାରେ ପକାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories